ଓଡିଶା

୩୧ ଯାଏ ବିଧାନସଭାକୁ ବନ୍ଦ ଘୋଷଣା କଲେ ବାଚସ୍ପତି

(ରିପୋଟର୍ସ ଟୁଡେ/ଭୂବନେଶ୍ୱର): ରାଜ୍ୟ ବିଧାନସଭାର ୫ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୩ ଦିନ ତଳେ ସେମାନଙ୍କ ନମୁନା ସଂଗ୍ରହ ହୋଇ ପରୀକ୍ଷା ପାଇଁ ପଠାଯାଇଥିଲା। ଆଜି ସେମାନଙ୍କର ରିପୋର୍ଟ ପଜିଟିଭ ଆସିଥିବା ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହା ସହିତ ବିଧାନସଭାକୁ ଆସନ୍ତା ୩୧ ତାରିଖ ପର୍ୟ୍ୟନ୍ତ ବନ୍ଦ କରିବାକୁ ବାଚସ୍ପତି ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ସମ୍ପୂର୍ଣ୍ଣ ବିଧାନସଭାକୁ ସାନିଟାଇଜ କରାଯିବ। ସେହିପରି ସଂକ୍ରମିତ ୫ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀଙ୍କ ନମୂନା ପରୀକ୍ଷା କରାଯିବ ବୋଲି କୁହାଯାଇଛି। ବାଚସ୍ପତିଙ୍କ ସୂଚନା ଅନୁସାରେ, କିଛି ଦିନ ତଳେ ବିଧାନସଭାର ଏକ କମିଟି ବୈଠକ ହୋଇଥିଲା। ବୈଠକରେ ଉପସ୍ଥିତ ଥିବା ଜଣେ ବିଧାୟକଙ୍କ ସ୍ୱାବ ପରୀକ୍ଷା କରାଯିବା ପରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ଏହା ପରେ ସମସ୍ତ କର୍ମଚାରୀଙ୍କୁ ପରୀକ୍ଷା କରାଇବାକୁ କୁହାଯାଇଥିଲା। ୩ ଦିନ ତଳେ କର୍ମଚାରୀମାନେ ପରୀକ୍ଷା କରାଇଥିଲେ। ଆଜି ସେମାନଙ୍କ ମଧ୍ୟରୁ ୫ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଥିବା ବାଚସ୍ପତି ସୂଚନା ଦେଇଛନ୍ତି।

Related posts

କରୋନା ଯୋଦ୍ଧାଙ୍କୁ ମାଡ଼ ଅଭିଯୋଗ

mahabharatanews

ଆଜି ୨୭ ଜିଲ୍ଲାରୁ ୧୨୬୪ ନୂଆ ପଜିଟିଭ ଚିହ୍ନଟ

mahabharatanews

ହିଞ୍ଜିଳି ଭାରପ୍ରାପ୍ତ ଥାନାଅଧିକାରୀ ଓ ପୌରପରିଷଦ କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କ ସହର ପରିଦର୍ଶର

mahabharatanews