ଓଡିଶା

୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

(ପୁରୀ)  : ଆଗାମୀ ଜାନୁଆରି ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ।

ସେ କହିଛନ୍ତି, ଜାନୁଆରି ୧୨ ତାରିଖରୁ ହୋମଯଜ୍ଞ ଆରମ୍ଭ ହେବ। ୫ ଦିନ ହୋମଯଜ୍ଞ ହେବା ପରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା କରାଯିବ। ୫ ଦିନ ଧରି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ପୂର୍ବରୁ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଜଗନ୍ନାଥ ବଲ୍ଲଭ ଉନ୍ନୟନ କାମର ସମୀକ୍ଷା କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ପ୍ରଥମେ ଜଗନ୍ନାଥ ବଲ୍ଳଭରେ ହେଉଥିବା ମଲ୍ଟି ଲେଭଲ ପାର୍କିଂ, ତୀର୍ଥଯାତ୍ରୀ କେନ୍ଦ୍ର ନିର୍ମାଣ, ୩୭ ଶହ ବର୍ଗଫୁଟର ଧ୍ୟାନ ଯୋଗ କେନ୍ଦ୍ର, ୧୮୪ଟି ଦୋକାନ, ୧୪୨୦ କାର ପାର୍କିଂ, ୨ ଶହ ଦୁଇ ଚକିଆ ଯାନ କାର୍ଯ୍ୟର ସମୀକ୍ଷା କରିଥିଲେ। ପ୍ରକଳ୍ପ ପ୍ରତିଷ୍ଠା, ପୂଜା ଓ ଲୋକାର୍ପଣ ନେଇ ବୈଠକରେ ଆଲୋଚନା ଥିବାରୁ ତା ପୂର୍ବରୁ ଗଜପତି ମହାରାଜା ସମୀକ୍ଷା କରିଛନ୍ତି।

Related posts

ଦାଦା ବଟିକୁ ନେଇ ବସ୍ତିରେ ବୁଲିଲା ଖଣ୍ଡା

mahabharatanews

ମୁଣ୍ଡରେ ଅମୃତଭଣ୍ଡା ପଡି ଚାଲିଗଲା ଅମୂଲ୍ୟ ଜୀବନ

mahabharatanews

୨୦୨୫ ମାର୍ଚ୍ଚ ସୁଦ୍ଧା ସମସ୍ତ ଗାଁକୁ ପହଞ୍ଚିଯିବ ନେଟୱର୍କ : ମନ୍ତ୍ରୀ ମୁକେଶ ମହାଲିଙ୍ଗ

mahabharatanews