ଅପରାଧଓଡିଶା

ଭିଜିଲାନ୍ସ ପଞ୍ଝାରେ କିରାଣୀ

( ମମତା ସାମଲ)ମହାଭାରତ: ଭିଜିଲାନ୍ସ ଜାଲରେ ପଡିଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ କିରାଣୀ ଚତୁର୍ଭୁଜ ଖମାରୀ । ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ହରଭଙ୍ଗା ବ୍ଳକ ଭାବପୁର ଗାଁର ନର୍ମଦା ତାଣ୍ଡିଆ ନାମ୍ନୀ ମହିଳାଙ୍କ ସ୍ୱାମୀଙ୍କର କିଛି ଦିନ ପୂର୍ବେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ସ୍ୱାମୀଙ୍କ ପେନ୍‌ସନ୍‌ ପାଇବା ପାଇଁ ନର୍ମଦା ବାରମ୍ବାର ବ୍ଳକ କାର୍ୟ୍ୟାଳୟକୁ ଦୌଡିଥିଲେ। ତେବେ ପେନ୍‌ସନ୍‌ କରାଇଦେବା ପାଇଁ ଚତୁର୍ଭୁଜ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ନର୍ମଦା ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ନର୍ମଦା ୫ହଜାର ଟଙ୍କା ଲାଞ୍ଚ ଦେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା ।

Related posts

ହାଇୱା ଧକ୍କାରେ ବାଇକ୍ ଆରୋହୀ ମୃତ

mahabharatanews

ରେଳ ଦୁର୍ଘଟଣା: ୭ ଜଣ ରେଳ କର୍ମଚାରୀ ନିଲମ୍ବିତ 

mahabharatanews

ପିପିଲି ଉପ ନିର୍ବାଚନ ନିମନ୍ତେ ପୋଷ୍ଟାଲ ବାଲାଟ ଗାଡି ଶୁଭାରମ୍ଭ

mahabharatanews