ଅପରାଧଓଡିଶା

ଭିଜିଲାନ୍ସ ପଞ୍ଝାରେ କିରାଣୀ

( ମମତା ସାମଲ)ମହାଭାରତ: ଭିଜିଲାନ୍ସ ଜାଲରେ ପଡିଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ କିରାଣୀ ଚତୁର୍ଭୁଜ ଖମାରୀ । ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ହରଭଙ୍ଗା ବ୍ଳକ ଭାବପୁର ଗାଁର ନର୍ମଦା ତାଣ୍ଡିଆ ନାମ୍ନୀ ମହିଳାଙ୍କ ସ୍ୱାମୀଙ୍କର କିଛି ଦିନ ପୂର୍ବେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ସ୍ୱାମୀଙ୍କ ପେନ୍‌ସନ୍‌ ପାଇବା ପାଇଁ ନର୍ମଦା ବାରମ୍ବାର ବ୍ଳକ କାର୍ୟ୍ୟାଳୟକୁ ଦୌଡିଥିଲେ। ତେବେ ପେନ୍‌ସନ୍‌ କରାଇଦେବା ପାଇଁ ଚତୁର୍ଭୁଜ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ନର୍ମଦା ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ନର୍ମଦା ୫ହଜାର ଟଙ୍କା ଲାଞ୍ଚ ଦେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା ।

Related posts

ଆଜି ଠାରୁ ସମ୍ବଲପୁରରେ ଆରମ୍ଭ ହୋଇଯାଇଛି ଧାନ କିଣା

mahabharatanews

କରୋନା ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ ନ କରିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ

mahabharatanews

ରାଜଧାନୀରେ ଡେଙ୍ଗୁ ଆତଙ୍କ,  ୧୭୫ ଜଣ ପଜିଟିଭ୍ ଚିହ୍ନଟ 

mahabharatanews