ଓଡିଶା

ବୌଦ୍ଧ RTO ବସନ୍ତ ମହାପାତ୍ର ଙ୍କ ଘରେ ଭିଜିଲାନ୍ସ ରେଡ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ RTO । ବୌଦ୍ଧ RTO ବସନ୍ତ ମହାପାତ୍ର ଙ୍କ ଘରେ ଭିଜିଲାନ୍ସ ରେଡ । ଆୟରବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରୁଛି ଭିଜିଲାନ୍ସ । ୨ ଜଣ ଅତିରିକ୍ତ ଏସପି, ୬ ଜଣ ଡ଼ିଏସପି, ୬ ଜଣ ଇନ୍ସପେକ୍ଟର ଙ୍କ ନେତୃତ୍ୱରେ ରେ ଚାଲିଛି ଚଢାଉ । ଭୁବନେଶ୍ୱର, ବୌଦ୍ଧ, ଗଞ୍ଜାମ ରେ ଚାଲିଛି ରେଡ । ଭୁବନେଶ୍ୱର ପାହାଳ ରେ ଥିବା ଉତ୍କଳ ସିଙ୍ଗନେଚର ରେ ଗୋଟିଏ ଫ୍ଲାଟ ଠାବ । ଏହା ସହିତ କଳ୍ପନା ଛକରେ ଥିବା ଏକ ଶପିଂମଲରେ ରହିଛି ସପିଂ କମ୍ପ୍ଲେସ ଠାବ । କଳାରାହାଙ୍ଗ ରେ Z-1 ଆପାର୍ଟମେଣ୍ଟ ରେ ଗୋଟିଏ ଫ୍ଲାଟ ଠାଵ । କଳ୍ପନା ର ଉତ୍କଳ ରେସିଡେନ୍ସିରେ 3-bhk ଫ୍ଲାଟ ଠାଵ କରିଛି ଭିଜିଲାନ୍ସ. ସେହିପରି ଶୈଳଶ୍ରୀ ବିହାର ୱେଷ୍ଟ ଆପାର୍ଟମେଣ୍ଟରେ ଗୋଟିଏ ଫ୍ଲାଟ, ମଞ୍ଚେଶ୍ୱର ରଙ୍ଗମାଟିଆ ରେ ହରିପ୍ରିୟା ଆପାର୍ଟମେଣ୍ଟ ର ଗୋଟିଏ ଫ୍ଲାଟ ଠାବ ହୋଇଥିବା କୁହାଯାଉଛି । ସେହିପରି ବୌଦ୍ଧ RTO ଅଫିସ, ବୌଦ୍ଧ ରେ ଘର, ଭଞ୍ଜନଗର ସମ୍ପର୍କୀୟ ଘର, ବ୍ରହ୍ମପୁରରେ ଆମ୍ପର୍କୀୟ ଙ୍କ ଘରେ ମଧ୍ୟ ରେଡ କରୁଛି ଭିଜିଲାନ୍ସ ।

Related posts

ଆଇଜି କଲେଜ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews

ଚଣ୍ଡିଖୋଲ ଠାରେ ଫ୍ରି କିଚେନ ସେଣ୍ଟର

mahabharatanews

ରାଇରଙ୍ଗପୁର ପୁର୍ବତନ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ନାଁ ରେ ସଙ୍ଗୀନ ଅଭିଯୋଗ

mahabharatanews