ଓଡିଶା

ଦିଆସିଲି କାଠିରେ ଶାଶ୍ୱତଙ୍କ ରେଡିଓ

ଗୋପ/ଜୟନ୍ତ ସେଠୀ: ଆଜି ହେଉଛି ବିଶ୍ୱ ରେଡିଓ ଦିବସ । ଏହି ଅବସରରେ ୩୧୩୦ ଖଣ୍ଡ ଦିଆସିଲି କାଠିରେ ତିଆରି କରିଛନ୍ତି ରେଡିଓର ପ୍ରତିକୃତି । ମାତ୍ର ୧୮ ବର୍ଷ ବୟସର ଶାଶ୍ୱତ ରଂଜନ ସାହୁ +୩ ପ୍ରଥମ ବର୍ଷର ଛାତ୍ର । ୧୯୮୦ ମସିହାରେ ପାନାସୋନିକ୍ ରେଡିଓ ବାହାରି ଥିଲା । ତାହାର ଏକ ପ୍ରତିକୃତି ତିଆରି କରିଛନ୍ତି ଶାଶ୍ୱତ । ଏହାକୁ ତିଆରି କରିବାକୁ ତାଙ୍କୁ ୪ ଦିନ ଲାଗିଥିଲା । ରେଡିଓର ମହତ୍ତ୍ୱ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ରେଡିଓ ମାଧ୍ୟମରେ ସୂଚନା ଉପଲବ୍ଧ କରାଇବା ପାଇଁ ପ୍ରତ୍ୟେକ ବର୍ଷ ବିଶ୍ୱ ରେଡିଓ ଦିବସ ୧୩ ଫେବୃଆରୀରେ ପାଳନ କରାଯାଏ । ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡ଼ିଓ କାର୍ୟ୍ୟକ୍ରମ ମନ୍ କି ବାତ୍ ଭାରତରେ ଖୁବ ଲୋକପ୍ରିୟ। ଏହାକୁ ତିଆରି କରି ମୁଁ ସମସ୍ତ ରେଡିଓ ପ୍ରୋଗ୍ରାମକୁ ସମର୍ଥନ କରେ ଏବଂ ନିୟମିତ ଭାବରେ ରେଡିଓ କାର୍ଯ୍ୟକ୍ରମ ଶୁଣିବାକୁ ଲୋକଙ୍କୁ ଅନୁରୋଧ କରେ ବୋଲି କହିଛନ୍ତି ଶାଶ୍ୱତ।

 

Cialis may be taken once a day or just when needed for sexual activity. cialis tablets Usually, Viagra is taken only as needed for sexual activity.

Related posts

ଆସନ୍ତା ଜୁଲାଇ ୩୧ ସୁଦ୍ଧା ସରିବ ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା

mahabharatanews

ପ୍ରତାପ ଜେନା ଏବଂ ସଞ୍ଜୟ ଦାସବର୍ମାଙ୍କୁ ପର୍ଯ୍ୟବେପକ୍ଷ ଦାୟିତ୍ୱ 

mahabharatanews

ଟନେଲରେ ୪୧ ଶ୍ରମିକ ; ସମ୍ବଲପୁରରୁ ଗଲା ଅତ୍ୟାଧୁନିକ ମେସିନ

mahabharatanews