ଓଡିଶା

ସବ୍ ରେଜିଷ୍ଟାରଙ୍କ ଘରେ ଭିଜିଲାନ୍ସ  ଚଢ଼ାଉ

(ନୟାଗଡ଼) : ଭିଜିଲାନ୍ସ ପଞ୍ଝାରେ ସବ୍ ରେଜିଷ୍ଟାର୍ । ନୟାଗଡ଼ ଜିଲ୍ଲା ସବରେଜିଷ୍ଟ୍ରାର୍ ଶାଶ୍ୱତ କୁମାର ପଟ୍ଟନାୟକଙ୍କ ବିରୋଧରେ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ଉ କରୁଛି ଭିଜିଲାନ୍ସ ଟିମ୍ । ତାଙ୍କ ଭଡ଼ା ଘର, ନୟାଗଡ଼ରେ ତାଙ୍କ କାର୍ଯ୍ୟାଳୟ, କେନ୍ଦ୍ରାପଡ଼ା ଜିଲ୍ଲା ତଳବରଙ୍ଗାଠାରେ ଥିବା ଶ୍ରୀ ପଟ୍ଟନାୟକଙ୍କ ଘର, ତଳଗାଁରେ ଥିବ‌ା ପୈତୃକ ଘର, ପେଣ୍ଠ ଓ ଦଳନ୍ତ ଗାଁରେ ଥିବା ସଂପର୍କୀୟଙ୍କ ଘରେ ଏକକାଳୀନ ଚଢ଼ଉ ଜାରି ରହିଛି ।

ସୂଚନାନୁଯାୟୀ , ନୟାଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଛଅଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଉଛି । ଭୁବନେଶ୍ୱରର ଭିଜିଲାନ୍ସ ସ୍ପେଶାଲ୍ ଜଜଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟର କ୍ଷମତା ବଳରେ 8 ଜଣ ଡିଏସପି, 6 ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ଉ ଚାଲିଛି ।

Related posts

ସ୍କୁଲରେ ନାମଲେଖା ଫୋନ, ୱାଟ୍ସଆପରେ ହେବ 

mahabharatanews

ବାଇକକୁ ଧକ୍କା ଦେଲା ଟ୍ରକ, ଦୁଇଜଣ ମୃତ

mahabharatanews

ବରଗଡ଼ ସାମ୍ବାଦିକଙ୍କୁ ପୁଲିସର ଆକ୍ରମଣ ଘଟଣା: କଣ୍ଟାବାଞ୍ଜି ପ୍ରେସକ୍ଲବର ନିନ୍ଦା ଦାବିପତ୍ର ପ୍ରଦାନ

mahabharatanews