ଓଡିଶା

ଭିଜିଲାନ୍ସ ଜାଲରେ ଟାଟା ପାୱାରର ଜେନେରାଲ ମ୍ୟାନେଜର

ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡର ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦର୍ଜୀଙ୍କ ଘରେ ଏହି ଚଢ଼ାଉ ଜାରି ରହିଛି। । ଆଜି ତାଙ୍କର ସମ୍ବଲପୁର ଜିଲ୍ଲାର ବୁର୍ଲା କର୍ପୋରେଟ୍ ଅଫିସ୍, ବାସଭବନ ସମେତ କେତେକ ସ୍ଥାନରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହେଉଛି। ଜଣେ ଡିଏସପିଙ୍କ ସମେତ ଛଅ ଜଣ ଇନ୍ସପେକ୍ଟର, ଦୁଇ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀଙ୍କ ଦ୍ୱାରା ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାର ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି। ଏଯାବତ୍ ସନ୍ତୋଷଙ୍କ ଘରୁ ନଗଦ ୬ ଲକ୍ଷ ୨୮ ହଜାର ଟଙ୍କା ଜବତ ହୋଇଥିବାର ସୂଚନା ମିଳିଛି। ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ସର୍ଚ୍ଚ ୱାରେଣ୍ଟ ଦ୍ୱାରା ଏହି ଏକକାଳୀନ ଚଢ଼ାଉ ଚାଲିଥିବା ଜଣାଯାଇଛି।

Related posts

ପାରାଦୀପରେ ବିଂଶତମ ଜାତୀୟ ନାଟକ ମହୋତ୍ସବ ଉଦଘାଟିତ

mahabharatanews

ସରକାରୀ ଯୋଜନା ଠାରୁ ଦୂରରେ ତୁର୍କା ଗ୍ରାମବାସୀ

mahabharatanews

ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ଶପଥ ନେଲେ ସୁଲୋଚନା

mahabharatanews