ଅପରାଧ

ବିଦ୍ୟୁତ ବିଭାଗ ଏସଡିଓଙ୍କ ଘରେ ଭିଜିଲାନ୍ସ ଚଢାଉ

କେନ୍ଦୁଝର: ଆକ୍ସନ ମୁଡରେ ଭିଜିଲାନ୍ସ ଟିମ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଣି ଜଣେ ଅଧିକାରୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । କେନ୍ଦୁଝର ନେସ୍କୋର ଏସଡିଓ ମହେଶ୍ୱର ସେଠୀଙ୍କ ଘରେ କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ଭିଜିଲାନ୍ସ ପକ୍ଷରୁ ଆଜି ଚଢାଉ କରାଯାଇଛି । ମହେଶ୍ୱରଙ୍କର କେନ୍ଦୁଝର ସ୍ପଞ୍ଜ କଲୋନୀ ଏବଂ ଘଟଗାଁ ସ୍ଥିତ ଘରେ ଭିଜିଲାନ୍ସ ବିଭାଗ ରେଡ କରିଛି । ବିଭିନ୍ନ କାଗଜପତ୍ର ଯାଞ୍ଚ ସହିତ ସମ୍ପତ୍ତିର ଆକଳନ ଜାରି ରହିଛି । ସେହିପରି ଘଟଗାଁରେ ଥିବା ଭାଈଙ୍କ ଘରେ, ରିମୁଳିରେ ତାଙ୍କ ଶ୍ୱଶୁର ଘର ଏବଂ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସର ଏକ ଟିମ ଚଢାଉ କରିଛି ।
ଜଣେ ଆଡିସ୍ନାଲ୍ ଏସପିଙ୍କ ନେତୃତରେ ଦୁଇ ଜଣ ଡିଏସ୍ପି ଓ ୬ ଜଣ ଇନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ମହେଶ୍ୱର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ପୂର୍ବରୁ ଅଭିଯୋଗ ହେଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ଆଜି ଏହି ଚଢ଼ଉ ହୋଇଛି।

Related posts

ଧରା ପଡିଲା IPL ବେଟିଂ

mahabharatanews

ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

mahabharatanews

ଜିନ୍ଦଲ ଗେଷ୍ଟ ହାଉସରୁ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

mahabharatanews