ଅପରାଧଭାରତ

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ମୃତ-ଦୁଇ ଆହତ

ପଞ୍ଜାବ:ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟା ଅଭିଯୁକ୍ତଙ୍କୁ  ଏନକାଉଣ୍ଟର  ।ଏହି ଅପରେସନରେ ସ୍ୱତନ୍ତ୍ର ଏନକାଉଂଟର ଟିମ ଓ ପଞ୍ଜାବ ପୋଲିସର ମିଳିତ ସହେଯାଗ ଥିବା କୁହାଯାଉଛି ।ଏହି ଏନକାଉଂଟରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହାତ ହୋଇଛନ୍ତି ।ତେବେ ସମସ୍ତ ଅଭିଯୁକ୍ତ ମାନେ ଲରେନ୍ସ ଗ୍ୟାଙ୍ଗର ବୋଲି ଜଣାପଡିବା ପରେ ଅଟାରୀ ବର୍ଡର ପାଖରୁ ପ୍ରାୟ ୧୦ କିଲୋମିଟର ଦୂରରେ ଲୁଚିରହିଥିଲେ ।ତେବେ ପୋଲିସ ଏନକାଉଣ୍ଟର ଆରମ୍ଭକରିବାପରେ ୬ରୁ ୭ଜଣ ଥିବା ଜାଣିବାକୁ ପାଇଥିଲେ ।ଅପରାଧିଙ୍କ ପକ୍ଷରୁ ମଧ୍ୟ ଗୁଳି ମାଡ଼ ଜାରି ରହିଛି  । ଯାହା ଫଳରେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜାଣିବାକୁ ମିଳିଛି  । ଏନକାଉଣ୍ଟରକୁ ୫ ଘଣ୍ଟାରୁ ଅଧିକ ସମୟ ବିତିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି ଗୁଳିଗୋଳା ମାଡ଼  । ସେପଟେ ଘଟଣାସ୍ଥଳରେ ନିୟୋଜିତ ରହିଛନ୍ତି ଖୋଦ ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ  । ଅନ୍ୟ ଅପରାଧି ମାନେ ମଧ୍ୟ କ୍ଷେତରେ ଲୁଚିରହିଥିବା ସୂଚନା ମିଳିଛି ।ତେବେ ଅଭିଯୁକ୍ତଙ୍କୁ ହସ୍ପିଟାଲ ପଠାଯାଇଛି ।

Related posts

ସମ୍ବଲପୁରରୁ ୧୦ ଡକାୟତ ଗିରଫ : ୫ ଲକ୍ଷ ଟଙ୍କା, ଅଧ କେଜି ସୁନା ଜବତ

mahabharatanews

ଭାରତରେ ବର୍ଷା ସଙ୍କଟ

mahabharatanews

ବଢ଼ିଲା ଦିଲ୍ଲୀ ଓ ପଞ୍ଜାବ ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥା  

mahabharatanews