ମନୋରଞ୍ଜନ

ପ୍ରଥମ ଦିନରେ ୧୪୦କୋଟି ଆୟ କଲା ବିଜୟଙ୍କ ଫିଲ୍ମ ‘ଲିଓ’ 

(ମୁମ୍ବାଇ) : ସାଉଥ୍ ସୁପରଷ୍ଟାର ଥଲପତି ବିଜୟଙ୍କ ଫିଲ୍ମ ‘ଲିଓ’ ବକ୍ସ ଅଫିସରେ କମାଲ କରୁଛି। ପ୍ରଶଂସକମାନେ ଏହି ଫିଲ୍ମକୁ ଅପେକ୍ଷା କରିଥିବା ବେଳେ ଏହି ଚଳଚ୍ଚିତ୍ର ଅନେକ ବଡ ରେକର୍ଡ ସୃଷ୍ଟି କରିବାକୁ ଯାଉଛି। ଏବେ ରିଲିଜ ପ‌ରେ ଫିଲ୍ମର ଆୟକୁ ଦେଖି ଯାହା ଆଶା କରାଯାଉଥିଲା, ତାହା ହିଁ ହେବ ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ ,  ଅକ୍ଟୋବର ୧୯ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଭାରତରେ ମୋଟ ୭୪କୋଟି ଟଙ୍କା ଆୟ କରିଥିବା ବେଳେ ବିଶ୍ୱ ବକ୍ସ ଅଫିସରେ ଏହା ୬୬କୋଟି ଟଙ୍କା ଆୟ କରିଛି। ଏହାକୁ ମିଶାଇ ଫିଲ୍ମର ମୋଟ ଆୟ ୧୪୦କୋଟି ପାର କରିଛି। ବିଜୟଙ୍କ ଫିଲ୍ମ ପାଇଁ ଆଡଭାନ୍ସ ବୁକିଂ କିଛି ଦିନ ପୂର୍ବରୁ ଭାରତରେ ଆରମ୍ଭ ହୋଇଥିବାବେଳେ ଗତ ମାସରୁ ବିଦେଶରେ ବୁକିଂ ଆରମ୍ଭ ହୋଇଥିଲା। କେବଳ ଅଗ୍ରୀମ ବୁକିଂ ଦ୍ୱାରା ‘ଲିଓ’ କିଙ୍ଗ୍ ଖାନଙ୍କ ରେକର୍ଡ ଭାଙ୍ଗିଥିଲା।

Related posts

ପୁଣି ସରକାରଙ୍କ ଦ୍ୱାରା ୫ଟି OTT ପ୍ଲାଟଫର୍ମ ବ୍ୟାନ

mahabharatanews

୮ରେ ରିଲିଜ ହେବ ଅଜୟଙ୍କ ଫିଲ୍ମ ‘Shaitaan’

mahabharatanews

ଅଗ୍ରୀମ ବୁକିଂର ପ୍ରଥମ ଦିନରେ ୧.୭ କୋଟି ଆୟ କଲା ଫିଲ୍ମ ‘ଆଦିପୁରୁଷ’

mahabharatanews