ଓଡିଶାଦୁର୍ଘଟଣା

ସାମାନ୍ୟ ତ୍ରୁଟି ନେଇଯାଇଛି ଦୁଇଟି ମୂଲ୍ୟବାନ ଜୀବନ

କୋରେଇ /ସୁନୀଲ କୁମାର ଓଝା: ଅନେକେ ଆସା ନେଇ ଆସିଥିଲେ ହେଲେ ସବୁ ଆସ ଅଧାରେ ରହିଗଲା । ଅନେକେ କିଛି ଭାବି ଘରକୁ ଫେରୁଥିଲେ ଦମ୍ପତି ହେଲେ କିଏ ଜାଣିଥିଲା ସେମାନଙ୍କ ର ସମୟ ଏଇଠି ସରିଯିବ ବୋଲି । ବିଧିର ଏକି ବିଚାର ଗୋଟିଏ ଦୁର୍ଘଟଣା ନେଇଯାଇଛି ଦମ୍ପତିଙ୍କୁ କାଳ ରୁପି ଟ୍ରେନ ଆଜି ଦେଇଯାଇଛି ଆସୁମାରୀ ଦୁଃଖ ଯାହା କହିବା କଷ୍ଟକର । ଏପରି ଦୁଃଖ ଭଗବାନ କାହାରିକୁ ନଦିଅନ୍ତୁ । ବୈତରଣୀ ରୋଡ଼ ରେ ଟ୍ରେନ ନେଇ ଯାଇଛି ଦୁଇଟି ମୂଲ୍ୟବାନ ଜୀବନ । ବୈତରଣୀରୋଡ,ପୂର୍ବ ତଟ ରେଳ ଅଧୀନ କୋରେଇ ଥାନା ଅନ୍ତର୍ଗତ ବୈତରଣୀରୋଡ ରେଳ ଷ୍ଟେସନ ରେ ସ୍ୱାମି, ସ୍ତ୍ରୀ ଙ୍କ ରେଳ ଧକାରେ ମୃତ୍ୟୁ ହୋଇଯାଇଛି । ମୃତ ଦୁଇ ଜଣ ହେଲେ ବରୁଣ୍ଡେଇ ଗାଁ ର ଆଶୁତୋଷ ସିନ୍ହା (୭୩)ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ପ୍ରିୟା ସିନ୍ହା ।
ସୂଚନା ମୁତାବକ ଆଶୁତୋଷ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବାରିପଦାରେ ରହୁଥିବା ବେଳେ ଦୁର୍ଗାପୂଜା ପାଇଁ ନିଜ ଘରକୁ ବାଲେଶ୍ୱରରୁ ଇଷ୍ଟକୋଷ୍ଟ ଏକ୍ସପ୍ରେସ ଯୋଗେ ଆସି ବୈତରଣୀରୋଡ ରେଳଷ୍ଟେସନ ଓହ୍ଲାଇ ଆସି ପ୍ଲଟ ଫର୍ମ ଉପରକୁ ଚଢ଼ୁ ଥିବାବେଳେ ଡାଉନ ଲାଇନରେ ଆସୁଥିବା ମଜାଫର ପୁର ଏକ୍ସପ୍ରେସ ଉଭୟକୁ ପିଟିଥିଲା । ଫଳରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା । ସାମାନ୍ୟ ତ୍ରୁଟି ନେଇଯାଇଛି ଦୁଇଟି ମୂଲ୍ୟବାନ ଜୀବନ । ମା ଓ ବାପା ଙ୍କୁ ହରାଇ ଆଜି କୋହଭରା କଣ୍ଠ ରେ ଚିତ୍କାର କରୁଛନ୍ତି ସେମାନଙ୍କୁ ପୁଅ ଓ ଝିଅ । ପରିବାର ଆଖିରୁ ଶୁଖୁନି ଲୁହ । ସାରା ଅଂଚଳ ରେ ଖେଳିଯାଇଛି ଶୋକ ର ଛାୟା । ମୃତ ଦେହକୁ ରେଳ ବିଭାଗ ଜବତ କରିବ୍ୟବଛେଦ ପାଇଁ ପଠାଇଛି ।

Related posts

ହାତୀ ଆକ୍ରମଣରେ ମହିଳା ମୃତ

mahabharatanews

୧୦ ତାରିଖରୁ ଆମରଣ ଅନଶନରେ ବସିବେ ହିଞ୍ଜିଳି ବାସିନ୍ଦା

mahabharatanews

ଭାରରେ ନଦୀ ପାର କଲେ ଗର୍ଭବତୀ

mahabharatanews