(ଦୀପକ ମିଶ୍ର/ଉଦଳା): ବାରମ୍ବାର ବିଦ୍ୟୁତ କାଟ ଓ ସବଷ୍ଟେସନ କାର୍ଯ୍ୟକ୍ଷମ ହେବାରେ ବିଳମ୍ବକୁ ନେଇ ବିଦ୍ୟୁତ ବିଭାଗକୁ ଦାୟୀ କରି ଆନ୍ଦୋଳନ ପାଇଁ ସଜ ବାଜ ହେଉଛନ୍ତି ଗ୍ରାମବାସୀ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ରଥିପୁର ଠାରେ ଦୀର୍ଘ ଦିନ ତଳେ ଏକ ସବଷ୍ଟେସନ ନିର୍ମାଣ କରାଯାଇଥିବା ବେଳେ ତାହା ଆଜି ପର୍ୟ୍ୟନ୍ତ କାର୍ୟ୍ୟକ୍ଷମ ହୋଇପାରିନାହିଁ । ପାଞ୍ଚୋଟି ପଞ୍ଚାୟତର ଲୋକମାନଙ୍କର ବିଦ୍ୟୁତ ସମସ୍ୟା ଦୂର କରିବା ପାଇଁ ଏହି ସବଷ୍ଟେସନ ନିର୍ମାଣ କରାଯାଇଥିଲା । ହେଲେ ଏଠାରେ ଯାନ୍ତ୍ରିକ ତ୍ରୁଟି ଉପୁଜିବାରୁ ପୁନର୍ବାର ଆଉ ଥରେ କାମ ହୋଇଥିଲା । କିନ୍ତୁ ଆଜି ପର୍ୟ୍ୟନ୍ତ ଉକ୍ତ ସବଷ୍ଟେସନଟି କାର୍ୟ୍ୟକ୍ଷମ ହୋଇପାରୁନାହିଁ । ଫଳରେ ବାରମ୍ବାର ଆଖପାଖ ଗାଁରେ ଲୋ ଭୋଲଟେଜ ଓ ବିଦ୍ୟୁତ କାଟ ଭଳି ସମସ୍ୟାକୁ ନେଇ ସ୍ଥାନୀୟ ଗ୍ରାମବାସୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗ୍ରାମବାସୀଙ୍କ ଏହି ସମସ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳର ସମାଜ ସେବୀ ଅନୁପ ରାଉତଙ୍କ ନେତୃତ୍ୱରେ ଝିଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ବସିଥିଲା । ତେବେ ସେପ୍ଟେମ୍ବର ମାସ ସୁଦ୍ଧା ଏ ଅଞ୍ଚଳରେ ବିଦ୍ୟୁତ ସମସ୍ୟା ଦୂର ନହେଲେ ଅ।।ଗାମୀ ଦିନରେ ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
previous post