ଅପରାଧଓଡିଶା

ପୋଲିସ ଆଖିରେ ଆଙ୍ଗୁଟି ଗେଞ୍ଜି ଲୁଟିଲେ ଲୁଟେରା

କଟକ/ ଜ୍ୟୋସ୍ନା ରାଣୀ ସିଂହ : ଫାଣ୍ଡିରୁ ଥାନାକୁ ପରିବର୍ତ୍ତନର ଦୁଇ ଦିନ ନପୁରୁଣୁରୁ ନୂତନ ଥାନାର ନାକ ତଳେ ପୋଲିସର ଆଖିରେ ଆଙ୍ଗୁଳି ଗେଞ୍ଜି ଲୁଟେରା ଲୁଟିଲେ ୫ ଦୋକାନ। ପୋଲିସ ଶୋଇଥିଲା କାଳେ ନିଘୋଡ଼ ନିଦରେ। ବିଳମ୍ବିତ ରାତିରେ କଟକ ଜିଲ୍ଲା ଭଦ୍ରେଶ୍ବର ଥାନା ର ନାକତଳେ ଥିବା ହର ଗୌରୀ ବଜାର ରୁ ପାଞ୍ଚୋଟି ଦୋକାନ ର ତାଲା ଭାଙ୍ଗି ଦୋକାନ ରେ ଥିବା ବିଭିନ୍ନ ସାମଗ୍ରୀ ସହ ଟଙ୍କା ଲୁଟି ନେଇ ଥିବା ଅଭିଯୋଗ ହୋଇଛି । ଔଷଧ ଦୋକାନ,ଟେଲରିଂ ଦୋକାନ,ସେଲୁନ ଓ ଇଲେକ୍ଟ୍ରିକାଲ ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଲିସର ଠିକ୍ ଢଙ୍ଗରେ ପେଟ୍ରୋଲିଂ ବ୍ୟବସ୍ଥା ହେଉନଥିବାରୁ ଏଭଳି ଘଟଣା ଏଠାରେ ବାରଂବାର ହେଉଅଛି ବୋଲି ଦୋକାନୀ ଓ ଅଂଚଳବାସୀ ମାନେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଅଂଚଳବାସୀ ମାନେ ସ୍ଥାନୀୟ ଫାଣ୍ଡିରୁ ଥାନା ପରିବର୍ତ୍ତନ ହେବାରୁ ବହୁତ ଖୁସି ହେଉଥିବା ବେଳେ ଥାନା ଉଦଘାଟନ ହେବାର ଦୁଇ ଦିନ ପରେ ଚୋରି ହେବାରୁ ଲୋକମାନଙ୍କ ମଧ୍ୟରେ ଏବେ ଏହି ଥାନାର କାର୍ୟ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଭଦ୍ରେଶ୍ବର ଥାନା ପୋଲିସ କେବେ ନିଜ ଡ୍ୟାମେଜ୍ ଇମେଜ୍ କୁ ଅଂଚଳବାସୀ ମନରୁ ଲିଭାଉଛି, ଏବେ ତାକୁହିଁ ରହିବ ୧୦ ଟି ପଂଚାୟତବାସୀ ଙ୍କର ନଜର ।

Related posts

ନିଶାମୁକ୍ତି ପାଇଁ ପୋଲିସର ସାମୂହିକ ଶପଥ

mahabharatanews

ଲକଡାଉନ ଅବମାନନା: ୭ ଗିରଫ

mahabharatanews

ଆଗକୁ ବଢିବ ପିଆଜ ଦର

mahabharatanews