ଓଡିଶା

ଲଘୁଚାପ ବର୍ଷାରେ ନଦୀରେ ବଢୁଛି ଜଳସ୍ତର

(ଅଜିତ ସାହୁ/ଜଳେଶ୍ବର): ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ସାରା ଓଡ଼ିଶାରେ ସୃଷ୍ଟି ହେଉଛି ବନ୍ୟା ପରିସ୍ଥିତି । ଏଥିରୁ ବାଦ ପଡ଼ି ନାହିଁ ବାଲେଶ୍ୱର ଜିଲ୍ଲା । ପ୍ରବଳ ବର୍ଷା ଯୋଗୁ ଜିଲ୍ଲାର ପେଜଗଳା ଓ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ପରିସ୍ଥିତି ଦେଖା ଦେଇଥିଲା । ବର୍ଷା କମିବା ପରେ ନଦୀର ଜଳସ୍ତର ବେଶ ହ୍ରାସ ପାଇଥିଲା। ତେବେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ପାଇଁ ପୁଣି ବାଲେଶ୍ୱରର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଛି । ବସ୍ତା ମଥାନି ଠାରେ ଜଳକା ନଦୀର ବିପଦ ସଂକେତ ୫.୫୦ ମିଟର ଥିବା ବେଳେ, ଆଜି ଦିନ ୩ଟା ସୁଦ୍ଧା ନଦୀରେ ଜଳ ସ୍ତର ବୃଦ୍ଧି ପାଇ ୬.୨୫ ମିଟରରେ ପହଞ୍ଚିଛି । ସେହିପରି ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣ ରେଖା ନଦୀର ଜଳ ସ୍ତର ବୃଦ୍ଧି ପାଇଥିଲେ ବି ତାହା ବିପଦ ସଂକେତ ତଳେ ଥିବା ଜଣା ପଡ଼ିଛି। ତେବେ ବର୍ଷାର ପ୍ରକୋପ ବଢିଲେ ବା ନଦୀ ଉପର ମୁଣ୍ଡରେ ବର୍ଷା ଲାଗି ରହିଲେ ନଦୀର ଜଳସ୍ତର ବୃଦ୍ଧି ପାଇବା ସହିତ ମୟୁରଭଞ୍ଜ ଜିଲାର ରାସଗୋବିନ୍ଦପୁର ବ୍ଲକ ସମେତ ବାଲେଶ୍ୱର ଜିଲ୍ଲାର ସଦର, ରେମୁଣା, ବସ୍ତା, ବାଲିଆପାଳ, ଜଳେଶ୍ୱର, ଭୋଗରାଇ ବ୍ଲକ ପ୍ରଭାବିତ ହେବାର ସମ୍ଭାବନା ରହିଛି।

Related posts

ଆସନ୍ତା ୨୪ ଘଣ୍ଟାରେ କାଳବୈଶାଖୀ ସମ୍ଭାବନା

mahabharatanews

ଆସନ୍ତା ୨୪ ଘଣ୍ଟାରେ ଓଡିଶା ସ୍ପର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

mahabharatanews

ଆହୁରି ୩ ଦିନ ପ୍ରବଳ ବର୍ଷିବ

mahabharatanews