ଓଡିଶା

ସୋନପୁରରେ ହେବ ବିଜେପିର ଭର୍ଚୁଆଲ ରାଲି

(ସୋନପୁର): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳିରେ ଆଗାମୀ ୨୬ ତାରିଖ ଦିନ ବିଜେପିର ଭର୍ଚୁଆଲ ରାଲି ଅନୁଷ୍ଠିତ ହେବ । ଏନେଇ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହାପରେ ୩୦ ତାରିଖରେ ସୋନପୁର ନିର୍ବାଚନ ମଣ୍ଡଳୀରେ ଏହି ରାଲି ଅନୁଷ୍ଠିତ ହେବ ବୋଲି ଜିଲ୍ଲା ବିଜେପି ସଭାପତି ପ୍ରମୋଦ କୁମାର ମହାପାତ୍ର କହିଛନ୍ତି । ପୁରୀରେ ରଥଯାତ୍ରା ପାଳନକୁ ସୁପ୍ରିମକୋର୍ଟ ଅନୁମତି ଦେବା ନେଇ ସମ୍ମିଳନୀରେ ପ୍ରଶଂସା କରାଯାଇଥିଲା । ପୁରୀ ରଥଯାତ୍ରା କରାଇବା ନେଇ କେନ୍ଦ୍ରର ସମର୍ଥନ ମିଳିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ବୀରମହାରାଜ ପୁର ନିର୍ବାଚନ ମଣ୍ଡଳୀ ର ବେଣୁଧର ଦାସ,ଯୁବ ମୋର୍ଚ୍ଚା ସଭାପତି କୄଷ୍ଣ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Related posts

ଅଧ୍ୟାପିକା ରୁକ୍ମଣୀଙ୍କ ମୃତ୍ୟୁକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

mahabharatanews

ଆଗକୁ ତାପମାତ୍ରା ବଢିପାରେ

mahabharatanews

ଆଜିଠୁ ଖୋଲିବ ସ୍କୁଲ,ବାଦ ପଡିପାରେ ୭ଜିଲ୍ଲା 

mahabharatanews