ଓଡିଶା

ଏଣିକି ଶିମିଳିପାଳରେ ହେବ କଳା ବାଘ ସଫାରୀ

(ଶିମିଳିପାଳ) : ଏଣିକି ଶିମିଳିପାଳରେ ହେବ କଳା ବାଘ ସଫାରୀ ।  ଶିମିଳିପାଳର ଏହି କଳାବାଘ ଦେଖାଦେବା ଘଟଣା ପ୍ରଥମେ ୧୯୯୩ରେ ରେକର୍ଡ କରାଯାଇଥିଲା । ଏ ନେଇ ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟର ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପରିସରରେ କଳାବାଘ ସଫାରୀ କରାଯିବ । ପର୍ଯ୍ୟଟକ ଓ ଦର୍ଶକମାନେ ଏହି ବିରଳ ପ୍ରଜାତିର ବାଘମାନଙ୍କୁ ଦେଖିବାର ସୁଯୋଗ ପାଇପାରିବେ । ଗତ ନଭେମ୍ବର ମାସରେ ପିସିସିଏଫ୍‌(ବନ୍ୟପ୍ରାଣୀ) ଓଡ଼ିଶାର ଜଙ୍ଗଲରେ କଳାବାଘ ରହିଥିବା ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବାଘ ଗଣନା ସମୟରେ କ୍ୟାମେରା ଟ୍ରାପ୍‌ରେ କଳା ରଙ୍ଗର ଏକ କଲରାପତରିଆ ବାଘ ଦେଖିବାକୁ ମିଳିଛି । ବିରଳ ଗଣସୂତ୍ର ପରିବର୍ତ୍ତନ ଯୋଗୁଁ ସେମାନଙ୍କ ଦେହର ରଙ୍ଗ କଳା ହେଉଥିବାରୁ ସେମାନଙ୍କ ସଂଖ୍ୟା ମଧ୍ୟ ସ୍ୱଳ୍ପ ।

Related posts

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସରେ ଧୁମ୍ ଧାମ୍ ରେ ଆୟୋଜନ

mahabharatanews

ମୁର୍ମୁଷୁ ଅବସ୍ଥାରେ ଯୁବକ ଉଦ୍ଧାର

mahabharatanews

୧୩ ଜଣ ସଂକ୍ରମିତ ରାଜଧାନୀରୁ ଚିହ୍ନଟ

mahabharatanews