ଭାରତ

ଅଯୋଧ୍ୟା ନଆସିବାକୁ ଭିଭିଆଇପିଙ୍କୁ ଅନୁରୋଧ କଲେ ସରକାର

(ଅଯୋଧ୍ୟା) : ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ହୋଇଥିଲା। ପ୍ରାଣପ୍ରତିଷ୍ଠା ପରେ ସାଧାରଣ ଲୋକ ଜାନୁଆରି ୨୩ ତାରିଖରୁ ରାମଲଲ୍ଲାଙ୍କ ଦର୍ଶନ ପାଇଁ ଭିଡ ଜମାଇଛନ୍ତି। ମଙ୍ଗଳବାର ୫ଲକ୍ଷ ଲୋକ ରାମଲଲ୍ଲାଙ୍କ ଦର୍ଶନ କରିଥିଲେ। ତେବେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ଜାନୁଆରି ୨୪ ତାରିଖରେ ଉତ୍ତରପ୍ରଦେଶ ସରକାର ଅଯୋଧ୍ୟା ନଆସିବାକୁ ଥିବା ଭିଭିଆଇପିଙ୍କୁ ଏକ ଅନୁରୋଧ କରିଛନ୍ତି।

ସୂଚନାନୁଯାୟୀ ,ଅଯୋଧ୍ୟା ଆସିବାକୁ ଯୋଜନା ରଖିଛନ୍ତି ସେମାନେ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ତାହାକୁ ସ୍ଥଗିତ ରଖି ଦିଅନ୍ତୁ। ଯଦି ସେମିତି କିଛି ଜରୁରୀ ଅଛି ଓ ଆସିବାକୁ ଚାହୁଁଛନ୍ତି ତେବେ ଯାତ୍ରା ପୂର୍ବରୁ ପ୍ରଶାସନ ଓ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟକୁ ଜଣାଇ ଆସନ୍ତୁ । ଯଦ୍ବାରା କିଛି ସ୍ବତନ୍ତ୍ର ସୁବିଧା ଯୋଗାଇ ଦିଆଯାଇପାରିବ। କାରଣ ଏବେ ଅଯୋଧ୍ୟା ଭିଡ ପ୍ରବଳ ରହିଛି। ରାମଲଲ୍ଲାଙ୍କ ଦର୍ଶନ ସକାଳ ୭ଟାରୁ ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ ରହିବ।  ତା’ପରେ ଏହି ସମୟରେ ପରିବର୍ତ୍ତନ କରାଯାଇ ଅପରାହ୍ନ ୨ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ କରାଯାଇଥିଲା।

Related posts

ବାୟୁ-ପ୍ରଦୂଷଣ ସଙ୍କଟ; ୧୩ରୁ ଦିଲ୍ଲୀରେ ଅଡ୍-ଇଭେନ୍ 

mahabharatanews

ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ସାଂସଦ ଫାରୁକ୍ ଅବଦୁଲ୍ଲା

mahabharatanews

ଆଜି ଆସିବ କଂଗ୍ରେସ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା

mahabharatanews