ଓଡିଶା

ନିର୍ବାଚନ ଲଢ଼ିବେନି ପାଣ୍ଡିଆନ୍ 

(ଭୁବନେଶ୍ୱର) : ନିର୍ବାଚନ ଲଢ଼ିବେନି ପାଣ୍ଡିଆନ୍ । ଆଗାମୀ ନିର୍ବାଚନରେ ପ୍ରତିଦ୍ୱିନ୍ଦ୍ୱିତା କରିବେ ନାହିଁ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ପାଣ୍ଡିଆନ । ଏନେଇ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସ୍ପଷ୍ଟ କରିଛନ୍ତି ପାଣ୍ଡିଆନ ।

ସୂଚନାନୁଯାୟୀ , ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ବିଜେଡି ନେତା ଓ କର୍ମୀଙ୍କୁ ୫ଟି ଅଧ୍ୟକ୍ଷଙ୍କ ସମ୍ବୋଧନ କରି କହିଥିଲେ ମୁଁ ନିର୍ବାଚନ ଲଢିବି ନାହିଁ , ଜନସେବା ମୋର ଲକ୍ଷ୍ୟ ବୋଲି ସେ କହିଛନ୍ତି । ବିଜୁ ବାବୁ ଓ ନବୀବନ ବାବୁଙ୍କ ପ୍ରତି ଥିବା ଭଲ ପାଇବା ମୁଁ ଦେଖିଛି ବୋଲି ସେ କହିଛନ୍ତି । ଶ୍ରୀଜଗନ୍ନାଥଙ୍କ ପ୍ରତି ମୋର ଅଗାଢ଼ ବିଶ୍ବାସ ରହିଛି । ଯେଉଁଥିପାଇଁ ପ୍ରତି ଶନିବାର ମୁଁ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଇଥାଏ । ଶ୍ରୀଜଗନ୍ନାଥଙ୍କ କୃପା ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ପ୍ରତି ରହିଛି ବୋଲି ପାଣ୍ଡିଆନ କହିଛନ୍ତି ।

Related posts

କରୋନା ମୁକାବିଲା ପାଇଁ ଅସହାୟ ଚାଷୀମାନଙ୍କୁ ସହାୟତା

mahabharatanews

ଦିନକୁ ଦୁଇ ଥର ସଫେଇ ଗାଡି ଯିବ-ବିଏମସି

mahabharatanews

ଚଳନ୍ତା ଟ୍ରେନରେ ହୁ ହୁ ହୋଇ ଲାଗିଲା ନିଆଁ

mahabharatanews