ଭାରତ

ମହୁଆ ମୈତ୍ରାଙ୍କ ଆବେଦନ: ଆଜି ସୁପ୍ରିମକୋର୍ଟରେ ଶୁଣାଣି 

(ଦିଲ୍ଲୀ) : ଟିଏମସି ନେତ୍ରୀ ମହୁଆ ମୈତ୍ରାଙ୍କ ଆବେଦନର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ତାଙ୍କୁ ଲୋକସଭାରୁ ସଦସ୍ୟତା ରଦ୍ଦ ହୋଇଥିଲା । ସଦସ୍ୟତା ରଦ୍ଦକୁ ବିରୋଧ କରି କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ମହୁଆ ।

ସୂଚନାନୁଯାୟୀ , ମହୁଆ ମୈତ୍ରଙ୍କୁ ବହିଷ୍କାର କରିବା ପାଇଁ ଲୋକସଭାରେ ଏକ ପ୍ରସ୍ତାବ ଅଣାଯାଇଥିଲା। ଏହି ସମୟ ମଧ୍ୟରେ ବିରୋଧୀ ସାଂସଦମାନେ ବାହାରକୁ ଯାଇଥିଲେ। ଲୋକସଭାର ଏଥିକ୍ସ କମିଟିର ରିପୋର୍ଟରେ କୁହାଯାଇଛି ଯେ ମହୁଆ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ନଗଦ ଟଙ୍କା ଏବଂ ଉପହାର ନେଇଛନ୍ତି। ଏହାର ପ୍ରତିବଦଳରେ, ମହୁଆ ହିରାନନ୍ଦାନୀଙ୍କ ସହ ତାଙ୍କର ସଂସଦୀୟ ଲଗଇନ୍ ବିବରଣୀ ଦେଇଥିଲେ। ମହୁଆର ଏହି କାର୍ଯ୍ୟ ଯୋଗୁଁ କମିଟି ତାଙ୍କୁ ଲୋକସଭାରୁ ବହିଷ୍କାର କରିବାକୁ ସୁପାରିଶ କରିଥିଲା।

Related posts

ପରଲୋକରେ କୋଟିପତି ମହମ୍ମଦ୍‌ ଅଲ୍‌-ଫୟଦ୍ 

mahabharatanews

ଦେଶରେ କରୋନା ସଂକ୍ରମଣ ହ୍ରାସ ; ୩,୯୪୭ କରୋନା ପଜିଟିଭ ଚିହ୍ନଟ

mahabharatanews

ଭାରୋତ୍ତଳନରେ ଭାରତକୁ ଆଉ ଏକ ପଦକ

mahabharatanews