ଓଡିଶା

ଚଳନ୍ତା ଟ୍ରେନରେ ହୁ ହୁ ହୋଇ ଲାଗିଲା ନିଆଁ

(ଢେଙ୍କାନାଳ) : ଚଳନ୍ତା ଟ୍ରେନରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ଜଲିଗଲା ଟ୍ରେନର ଇଞ୍ଜିନ୍ । ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ରୋଡ଼ ଷ୍ଟେସନ ନିକଟରେ ଘଟିଛି ଏହି ଅଗ୍ନିକାଣ୍ଡ । ଆଠଗଡ଼-ଢେଙ୍କାନାଳ ଗୋବିନ୍ଦପୁର ଯୋରନ୍ଦା ରୋଜ୍ ନିକଟରେ ଟ୍ରେନ ଇଞ୍ଜିନରେ ଲାଗିଛି ନିଆଁ ।

ସୂଚନାନୁଯାୟୀ , ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ଦେଖୁ ଦେଖୁ ନିଆଁ ପୂରା ଇଞ୍ଜିନକୁ ବ୍ୟାପି ଯାଇଥିଲା । ଫଳରେ ଇଞ୍ଜିନରୁ ଡେଇଁ ପଡ଼ିଥିଲେ ଲୋକ ପାଇଲଟ୍ । ଲୋକ ପାଇଲଟ ସୁରକ୍ଷିତ ଥିବାବେଳେ ଖବର ପାଇ ଢେଙ୍କାନାଳ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚିଥିଲା । ନିଆଁ ଲିଭାଇବାକୁ ପ୍ରୟାସ ଜାରି ରହିଛି ।

Related posts

ଆମ୍ବେଦକରଙ୍କ ଜୟନ୍ତୀ ଉପଲକ୍ଷେ ପାଟଣାଗଡରେ ବିଶାଳ ଶୋଭାଯାତ୍ରା

mahabharatanews

ଝାରସୁଗୁଡାରୁ ବେଙ୍ଗାଲୁରୁକୁ ଉଡିଲା ସିଧାସଳଖ ବିମାନ

mahabharatanews

୧୧ରୁ ବଦଳିବ ପାଗ  

mahabharatanews