(ଭୁବନେଶ୍ୱର) : ବାତ୍ୟା ନେଇ ସୂଚନା ଦେଇ ନଥିବା କହିଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଯେ ବାତ୍ୟା ନେଇ ଆମେ ଏଯାଏ କୌଣସି ସୂଚନା ଦେଇନାହୁଁ । ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ସେ ଆହୁରି କହିଛନ୍ତି ଯେ, ସେପ୍ଟେମ୍ବର ଶେଷ ସପ୍ତାହ ଆଡ଼କୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଅକ୍ଟୋବର ପ୍ରଥମ ସପ୍ତାହରେ ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ଲଘୁଚାପର ରୂପ ନେଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିପାରେ । କ୍ରମେ ଲଘୁଚାପଟି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ଏହାର ସ୍ପଷ୍ଟ ଚିତ୍ର ଆଗକୁ ଲଘୁଚାପରେ ପରିଣତ ହେଲେ ଜଣା ପଡ଼ିବ । ଏହି ଘୁର୍ଣ୍ଣିବଳୟ କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ ବୋଲି ମଡେଲ କହୁଛି । ବର୍ତ୍ତମାନ ପରିସ୍ଥିତିରେ ବାତ୍ୟା ନେଇ ଭାରତୀୟ ପାଣିପଗ ବିଭାଗ କୌଣସି ସତର୍କ ସୂଚନା ଜାରି କରି ନାହିଁ। କୌଣସି ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ଜନସାଧାରଣଙ୍କୁ IMD ଡିଜି କହିଛନ୍ତି।
