ଓଡିଶା

ପାଳିତ ହୋଇଛି ମର୍ଜ୍ୟାଦା ପୁରୁଷଙ୍କ ଜୟନ୍ତୀ

ରାୟଗଡ଼ା : ସହରରେ ଓଡ଼ିଆ ଜାତିର ସ୍ୱାଭିମାନ ମହାନ ଜନ ନାୟକ ତଥକ୍ଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ୧୦୭ତମ ଜନ୍ମ ଜୟନ୍ତୀ ଅବସରରେ ଆଜି ରାୟଗଡା ବିଜୁ ଜନତା ଦଳ ତରଫରୁ ରାୟଗଡା ସହରର ସେରିଗୁଡ଼ା ଠାରୁ ବିଜେଡି କାର୍ୟ୍ୟାଳୟ ପର୍ୟ୍ୟନ୍ତ ଏକ ବିଶାଳ ପଦ ଯାତ୍ରା ବାହାରି ବସଷ୍ଟାଣ୍ଡ ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବିଜୁ ପଟ୍ଟନାୟକଙ୍କ ସ୍ମୃତିଚାରଣ କରାଯାଇଥିଲା । ଏହି ପଦଯାତ୍ରା ରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝି,ରାୟଗଡା ଜିଲ୍ଲା ବିଜୁ ଜନତା ଦଳର ଲିଗାଲ ହେଡ୍ ବ୍ରଜସୁନ୍ଦର ନାୟକ,ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦେବାଶିଷ ଖାଡଙ୍ଗା,ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ବିନାୟକ ପଲେଇ,ଜନତା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପି.ଗୌରୀ ଶଙ୍କର,ବରିଷ୍ଟ ନେତା କାଶୀ ନାଇଡୁ,ସନ୍ତୋଷ ପାତ୍ର, ବରିଷ୍ଟ ଆଇନ ଜିବି ନିଲ ଗନ୍ତାୟତ, Y.ମାଧୁ,ବିରଜା ପାତ୍ର,କିନ୍ତାଲି ରାଜୁ,ବିଜୁ ଯୁବ ଜନତା ଦଳର ଜିଲ୍ଲା ସମ୍ପାଦକ କେ.ଶ୍ରୀନିବାସ,ବିଜୁ ଛାତ୍ର ଜନତା ଦଳ ସମ୍ପାଦକ ସାନ୍ତୁ ବାବୁ ଏବଂ ୭୦୦୦ରୁ ଉର୍ଦ୍ଧ୍ବ ବିଜୁକର୍ମୀ ଯୋଗ ଦେଇଥିଲେ।

Related posts

ଏସସିବିରେ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁ

mahabharatanews

ବଦଳିଛି ସହର, ବଦଳିଛି ପରିବେଶ । ୭୫ ବର୍ଷରେ ପାଦ ଥାପିଛି ଏକାମ୍ରକ୍ଷେତ୍ର ।

mahabharatanews

 ପର୍ଯ୍ୟଟକଙ୍କ ମନ ମୋହୁଛି ଧଳା ବଉଳା କୁମ୍ଭୀର

mahabharatanews