ଓଡିଶା

 ଦୁଇ ଦିନିଆ ରାୟଗଡ଼ା ଗସ୍ତରେ ୫-ଟି ସଚିବ 

(ରାୟଗଡା) :  ଦୁଇ ଦିନିଆ ଗସ୍ତରେ ରାୟଗଡ଼ା ଯାଇଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ। ତେବେ ସେ ପ୍ରଥମେ ରାୟଗଡା ସ୍ଥିତ ନବନିର୍ମିତ ବିଜୁ ପଟ୍ଟନାୟକ ଅଡିଟୋରିୟମ ପରିଦର୍ଶନ କରିଥିଲେ। ସେଠାରେ ବିଭିନ୍ନ କଲେଜ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହିତ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ଗୁଣାତ୍ମକ ଶିକ୍ଷାଦାନ ସହ ଉନ୍ନତ ଭିତ୍ତିଭୂମି ସଂପର୍କରେ ଆଲୋଚନା କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାରେ ଶିକ୍ଷା ଭିତ୍ତିଭୂମିର ଉନ୍ନତି ପାଇଁ ୧୪.୫୦କୋଟି ଟଙ୍କା ମଞ୍ଜୁର କରିଥିବା ଘୋଷଣା କରିଥିଲେ। ଆସନ୍ତା ୬ରୁ ୮ମାସ ମଧ୍ୟରେ ମା ମଝିଘରିଆଣୀଙ୍କ ମନ୍ଦିର ରୂପାନ୍ତରୀକରଣ ହୋଇଯାଇଥିବ। ଆସନ୍ତା ରାୟଗଡ଼ା ଗସ୍ତ ସମୟରେ ନୂତନ ମନ୍ଦିର ଦେଖିବାକୁ ଚାହେ ବୋଲି କହିଥିଲେ।

 

ସୂଚନାନୁଯାୟୀ,  ୨୦୧୯ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାୟାକଳ୍ପ ପୁରସ୍କାର ପାଇ ଆସୁଥିବାରୁ ତଥା ମୁସ୍କାନ ପ୍ରମାଣପତ୍ର ପାଇଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅଭିନନ୍ଦନ ଜଣାଇଥିଲେ। ହସ୍‌ପିଟାଲରେ ନିୟୋଜିତ ମା ମଙ୍ଗଳା ମିଶନ ଶକ୍ତି ଗୋଷ୍ଠୀ ସଦସ୍ୟାଙ୍କ ସହ ଆଲୋଚନା ସହ କାମର ସମୀକ୍ଷା କରିଥିଲେ। ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯାଉଥିବାରୁ ପ୍ରଶଂସା କରିଥିଲେ।

Related posts

ରାଜ୍ୟରେ କରୋନା ସଂକ୍ରମଣ ଶହେ ତଳେ ରହିଛି : ୪୯ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

କଟକ ଚଣ୍ଡୀ ମନ୍ଦିରରେ ଭି.କେ ପାଣ୍ଡିଆନ୍

mahabharatanews

ଡକାୟତି ଗ୍ୟାଙ୍ଗଙ୍କୁ ଗରଫ କରିବାରେ ସଫଳ ହୋଇଛି କମିସନରେଟ ପୋଲିସ

mahabharatanews