(ଭୁବନେଶ୍ୱର) : ସମ୍ପୂର୍ଣ୍ଣ ଭାବେ ବିଦାୟ ନେଲା ମୌସୁମୀ । ଓଡ଼ିଶାରୁ ବିଦାୟ ନେଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ଓଡ଼ିଶାରୁ ସଂପୂର୍ଣ୍ଣ ବିଦାୟ ନେବା ନେଇ ପାଣିପାଗ ବିଭାଗର ସୂଚନା । ଅକ୍ଟୋବର ଶେଷ ମଧ୍ୟରେ ଓଡିଶାରେ ଶୀତ ପଡିବନି । ଆଜି ଓଡିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିଯାଇଛି ।
ସୂଚନାନୁଯାୟୀ , କିନ୍ତୁ ଚଳିତ ବର୍ଷ ଅକ୍ଟୋବରରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ମଧ୍ୟ ହୋଇ ନାହିଁ । ସେହିଭଳି ଆକାଶ ଏବେ ମେଘମୁକ୍ତ ରହିଛି । ସୂର୍ଯ୍ୟକିରଣ ସିଧାସଳଖ ପୃଥିବୀ ପୃଷ୍ଠରେ ପଡ଼ୁଛି । ଏସବୁ କାରଣରୁ ଏବେ ଓଡ଼ିଶାରେ ପ୍ରଚଣ୍ଡ ଖରା ଓ ଗରମ ଅନୁଭୂତ ହେଉଛି । ପଶ୍ଚିମ ଭାରତରେ ଗୁରୁଚାପ ସୃଷ୍ଟି ହୋଇଛି । ଫଳରେ ସେଠାରୁ ପଶ୍ଚିମା ପବନ ବହୁଛି ଓ ଓଡ଼ିଶା ଗରମ ହେବାରେ ଲାଗିଛି ।
