ଓଡିଶା

କଲବଲ କରୁଛି ଥଣ୍ଡା

(ଭୁବନେଶ୍ୱର) : ରାଜ୍ୟରେ ରାତି ହେଲେ କଲବଲ କରୁଛି ଥଣ୍ଡା । କିଛି ଦିନ ହେବ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଏପରିକି ୫ଡିଗ୍ରୀରେ ଥରିଛି ଜି. ଉଦୟଗିରି । ଏଥି ସହିତ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଏଠାରେ ତିନି ଦିନରେ ୩.୫ଡିଗ୍ରୀ ପାରଦ ଖସିଛି ।

ସୂଚନାନୁଯାୟୀ ,  ଜି. ଉଦୟଗିରିରେ ତାପମାତ୍ରା ୫ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୭ଡିଗ୍ରୀ ଓ ଦାରିଙ୍ଗବାଡିରେ ତାପମାତ୍ରା ରହଛି ୮.୫ ଡିଗ୍ରୀ । କଟକରେ ୧୨, ଭୁବନେଶ୍ୱରରେ ୧୪କୁ ଖସିଛି ରାତି ତାପମାତ୍ରା । ଥଣ୍ଡା ସହ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ଦୃଶ୍ୟମାନ ହେଉଛି । ଆଜିଠାରୁ ତାପମାତ୍ରା ବଢିବ ଓ ଶୀତ କମିବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।

Related posts

ଆଜି ଓଡିଶା ଆସୁଛନ୍ତି ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ନୁନୁକାପଶି ପଞ୍ଚାୟତ ବଇଣ୍ଡାରେ ସ୍ୱଚ୍ଛ ଭାରତ ଅଭିଯାନ

mahabharatanews

ଘର ଅଗଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews