ଓଡିଶା

ରାଜ୍ୟରେ ୪୪.୫ ଡିଗ୍ରୀ ଛୁଇଁଲା ପାରଦ

(ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଦିନ ତାତି ବୃଦ୍ଧି ପାଇବାରେ ଲାଗିଛି । ଚଳିତବର୍ଷ ପ୍ରଥମ ଥର ପାଇଁ ବୁଧବାର ପାରଦ ୪୪.୫ ଡିଗ୍ରୀ ସେଲସିୟସ୍‌ ଛୁଇଁଛି ।୬ଟି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଡେଇଁଥିଲା । ବୁଧବାର ସୋନପୁର ପଛକୁ ବଲାଙ୍ଗିର ତାପମାତ୍ରା ୪୪ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, ଟିଟିଲାଗଡ଼ରେ ପାରଦ ୪୩ ଡିଗ୍ରୀରେ ପହଞ୍ଚିଥିଲା ।

୧୯ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିଥିବାବେଳେ ଅନୁଗୁଳ ୪୨.୧, ବାରିପଦା ୪୦.୪, କେନ୍ଦୁଝର ୪୦.୬, ସମ୍ବଲପୁର ୪୨.୪, ହୀରାକୁଦ ୪୧, ଭବାନୀପାଟଣା ୪୧.୫, ତାଳଚେର ୪୧.୪, ଭଦ୍ରକ ୪୦.୫, ବରଗଡ଼ ୪୦.୬, ନୂଆପଡ଼ା ୪୧.୫, ନୟାଗଡ଼ ୪୦, ପାରଳାଖେମୁଣ୍ଡି ୪୦.୮, ମାଲକାନଗିରି ୪୦ ଡିଗ୍ରୀ ରହିଥିଲା ।

Related posts

ଡୁମଡୁମା କଣ୍ଟେନମେଣ୍ଟ ଜୋନରେ ଉତ୍ତେଜନା

mahabharatanews

ଦୁଇଦିନ ପାଇଁ ଓଡିଶା ଆସୁଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

mahabharatanews

ରାଜ୍ୟରେ ଆଜି ପୁଣି କରୋନା ନେଲା ୧୧ ମୁଣ୍ଡ

mahabharatanews