(ଭୁବନେଶ୍ୱର) : ଖରାର ପ୍ରକୋପ ସାମାନ୍ୟ ହ୍ରାସ ହେବ ସହ କିଛି ସ୍ଥାନରେ ବର୍ଷା ହୋଇଛି । ଏମିତିକି ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପାଣିପାଗରେ ସେତେଟା ପରିବର୍ତ୍ତନ ହେବ ନାହିଁ ବୋଲି ଆକଳନ କରାଯାଇଛି । ବର୍ତ୍ତମାନ ଯେତିକି ତାପମାତ୍ରା ରେକର୍ଡ ହେଉଛି ସେତିକି ମଧ୍ୟରେ ରହିବ ତାତି । ଏହା ସହ ରାଜ୍ୟରେ ଏବେ ପଶ୍ଚିମାଝଡ ସକ୍ରିୟ ଥିବାରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ସୂଚନାନୁଯାୟୀ , ୬ତାରିଖରେ ସାରା ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏହା ପରେ ୭ଓ ୮ରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ ଘଡଘଡି ବିଜୁଳି ସହ ବର୍ଷା ହେବ । ବର୍ଷା ହେଲେ ମଧ୍ୟ ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସାମାନ୍ୟ ତାତି ରହିବ । ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି ଏବଂ ନବରଙ୍ଗପୁର ରେ ସ୍ବାଭାବିକ ଠାରୁ ୨-୪ ଡିଗ୍ରୀ ପର୍ଯ୍ୟନ୍ତ ଉପରେ ରହିବ ତାତି । ଉଭୟ ଦିନ ଓ ରାତ୍ରି ର ତାପମାତ୍ରା ଅଧିକ ରହିବ । ଗତ ୨୪ଘଣ୍ଟା ମଧ୍ୟରେ ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ,ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି ।