ଭାରତ

କ୍ଷେପଣାସ୍ତ୍ର ମାଡ଼ରେ ଜଣେ ଭାରତୀୟ ନିହତ

(ଦିଲ୍ଲୀ) : ଇସ୍ରାଏଲର ଉତ୍ତର ସୀମାନ୍ତ ମାର୍ଗାଲିଓଟ୍ ନିକଟସ୍ଥ ଏକ ବଗିଚାରେ ଲେବାନନରୁ ନିକ୍ଷେପ କରାଯାଇଥିବା ଆଣ୍ଟି-ଟ୍ୟାଙ୍କ୍ କ୍ଷେପଣାସ୍ତ୍ର ମାଡ଼ରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ସମସ୍ତ ତିନି ଜଣ ଦକ୍ଷିଣ ରାଜ୍ୟ କେରଳର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ସୋମବାର ଦିନ ପ୍ରାୟ ୧୧ଟା ସମୟରେ ଇସ୍ରାଏଲର ଉତ୍ତରରେ ଥିବା ଗାଲିଲି ଅଞ୍ଚଳରେ ଏହି କ୍ଷେପଣାସ୍ତ୍ର ପଡ଼ିଥିଲା। ଏହି ଆକ୍ରମଣରେ କେରଳର କୋଲାମର ପଟନିବିନ ମ୍ୟାକ୍ସୱେଲଙ୍କ ମୃତ୍ୟୁ ଘଟିଥିଲା। ଜିବ୍ ହସ୍ପିଟାଲରେ ତାଙ୍କ ମୃତଦେହ ଚିହ୍ନଟ କରାଯାଇଛି। ଏଥିରେ ବୁଶ ଜୋସେଫ୍ ଜର୍ଜ ଓ ପଲ୍ ମେଲଭିନ୍ ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଭାରତୀୟଙ୍କ ପାଇଁ ସୁରକ୍ଷା ନିର୍ଦ୍ଦେଶାବଳି ଜାରି କରିଛନ୍ତି। ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟିବା ଓ ଦୁଇ ଜଣ ଆହତ ହେବା ନେଇ ଇସ୍ରାଏଲ ଗଭୀର ଦୁଃଖ ପ୍ରକାଶ କରିଛି।

Related posts

ରିୟାଲିଟି ଶୋ’ ଝଲକ ଦିଖଲା ଜା’ର ସିଜିନ-୧୦ରେ ନଜର ଆସିବେ ଦୂତୀ ଚାନ୍ଦ

mahabharatanews

 ସମନ୍ବୟ କମିଟି ବୈଠକରେ ଯୋଗ ଦେବେ ନାହିଁ ଦିଦି 

mahabharatanews

ଘରୋଇ କ୍ରିକେଟରୁ ଅବସର ନେଲେ ସୁରେଶ ରୈନା

mahabharatanews