(ଭୁବନେଶ୍ୱର) : ଏବେ ରାଜ୍ୟରେ ରହିଛି କୋହଲା ପାଗ । ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ଚାରିଆଡ଼େ କୋହଲା ପାଗ । କେତେକ ସ୍ଥାନରେ ଝିପିଝିପି ବର୍ଷା ମଧ୍ୟ ହୋଇଛି । ଏପରିକି ଆସନ୍ତା ୨୯ତାରିଖ ଯାଏଁ ଏଭଳି ପାଗ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସୂଚନାନୁଯାୟୀ , ଦକ୍ଷିଣ ଉପକୂଳ ଓଡ଼ିଶାର ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଜିଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଥିଲା । ବାଣପୁରରେ ୧୦୫ ମି.ମି, ବେଲଗୁଣ୍ଠାରେ ୯୬.୬ମି.ମି., ଚିଲିକାରେ ୫୪ମି.ମି., ବୁଗୁଡ଼ାରେ ୪୮ମି.ମି., ଭଞ୍ଜନଗରରେ ୩୮ମି.ମି., ଦାରିଙ୍ଗବାଡ଼ିରେ ୨୦ମି.ମି., ଧାନକୁଦ(ସମ୍ବଲପୁର) ୧୮.୨ ମି.ମି, ବଲାଙ୍ଗୀରରେ ୧୫ମି.ମି. ଓ ଭୁବନେଶ୍ବରରେ ୯.୭ ମି.ମି. ବର୍ଷା ରେକର୍ଡ଼ ହୋଇଛି । ବର୍ଷା ପ୍ରଭାବରେ ରାଜ୍ୟରେ ଉଭୟ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି ।