ଓଡିଶା

ଓଡ଼ିଶାକୁ ହଇରାଣ କରିବାକୁ ଦିଦିଙ୍କ ନୂଆ ଚାଲ୍, ଆଳୁ ଟ୍ରକ୍ ଜଗିବାକୁ ଲଗାଇଲେ ସିସିଟିଭି

ସିସିଟିଭି ନଜରରେ ଆଳୁ ଟ୍ରକ୍ । ଓଡ଼ିଶାକୁ ହଇରାଣ କରିବାକୁ ଦିଦିଙ୍କ ନୂଆ ଚାଲ୍ । ଗଳା ବାଟରେ ଟ୍ରକ୍ ଆସୁଥିବା ଖବର ପାଇ ସିସିଟିଭି ଲଗାଇଲେ ପଶ୍ଚିମବଙ୍ଗ ସରକାର । ଓଡିଶା ପଶ୍ଚିମବଙ୍ଗ ସୀମା ନୀଳଦା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଲକ୍ଷ୍ଣଣନାଥ ଟୋଲଗେଟରେ ପଶ୍ଚିମବଙ୍ଗ ପୁଲିସ୍ ଆଳୁ ଗାଡି ଛାଡୁନି। ହେଲେ କିଛି ଛୋଟ ଛୋଟ ଗାଡିରେ ଆଳୁ ଓଡିଶାକୁ ବିଭିନ୍ନ ବାଟ ଦେଇ ପଶୁଛି। ତେଣୁ ଏହି ସବୁ ଗଳାବାଟରେ ସିସିଟିଭି ଜରିଆରେ ନଜର ରଖିବାକୁ ଏମିତି ବ୍ୟବସ୍ଥା କରିଛନ୍ତି ପଶ୍ଚିମବଙ୍ଗ ପୋଲିସ ।

ସେପଟେ ତିନି ସପ୍ତାହ ପରେ ଆଳୁ ଦରବୃଦ୍ଧିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ୪୦ ଟଙ୍କା ତଳକୁ ଖସିଛି ଦର । କାରଣ ରାଜ୍ୟର ବିଭିନ୍ନ ଆଳୁ ଗୋଦାମରେ ପହଞ୍ଚିଛି ୩୦୦ ଟ୍ରକ୍ ଆଳୁ । ପଶ୍ଚିମବଙ୍ଗରୁ ୨୭୦ ଆଳୁ ଗାଡ଼ି ଆସିଥିବା ବେଳେ ବଳକା ୩୦ ଟ୍ରକ୍ ଉତ୍ତରପ୍ରଦେଶରୁ ଆସିଛି ।

ପାଇକାରୀ ବ୍ୟବସାୟୀଙ୍କ କହିବା କଥା, ଏବେ ବି ରାଜ୍ୟ ସୀମାରେ ପଶ୍ଚିମବଙ୍ଗ ପୋଲିସ ଆଳୁ ଗାଡ଼ିକୁ ଓଡ଼ିଶାକୁ ପଶିବାକୁ ଅନୁମତି ଦେଉନି। ଏଣୁ ବାଧ୍ୟହୋଇ ପାଇକାରୀ ବ୍ୟବସାୟୀ ଅଧିକ ଗାଡ଼ି ଭଡ଼ା ଦେଇ ଝାଡ଼ଖଣ୍ଡ ରାସ୍ତାରେ ରାଜ୍ୟକୁ ଆଳୁ ବୋଝେଇ ଟ୍ରକ୍ ଆଣୁଛନ୍ତି।

Related posts

୨୨୦ ଜଣ ଓଏଏସ ଅଫୀସରଙ୍କ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର

mahabharatanews

ପୂର୍ତ୍ତ ବିଭାଗ ଦ୍ୱାରା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କୁ ଅବମାନନା

mahabharatanews

 ଆଜି ପହଞ୍ଚିବ ସହିଦ୍ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିବ ଶରୀର

mahabharatanews