ଓଡିଶା

ପାଣ୍ଡିଆନଙ୍କ ହେଲିକେପ୍ଟର୍ ଗସ୍ତ ଖର୍ଚ୍ଚର ତଦନ୍ତ ହେବ : ଆଇନ ମନ୍ତ୍ରୀ

ଭୁବନେଶ୍ବର: ପୁଣି ଅକଳରେ ପାଣ୍ଡିଆନ । ୨୦୨୪ ସାଧାରଣ ନିର୍ବାଚନ ବେଳେ ଘିରି ଘିରି ହୋଇ ସରକାରୀ ହେଲିକପ୍ଟରରେ ବୁଲୁଥିଲେ ଭି. କେ ପାଣ୍ଡିଆନ । ହେଲିକପ୍ଟରରେ ହିଁ ନିର୍ବାଚନ ପ୍ରଚାର କରୁଥିଲେ । ତେବେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ପାଣ୍ଡିଆନଙ୍କ ଉପରେ ତଦନ୍ତକୁ ନେଇ ପୁଣି ଦୋହରାଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଭିକେ ପାଣ୍ଡିଆନ ହେଲିକପ୍ଟର ବୁଲାରେ କେତେ ଖର୍ଚ୍ଚ ହୋଇଛି ସେନେଇ ସମ୍ପୂର୍ଣ୍ଣ ତଦନ୍ତ ହେବ । ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚ କିଏ ବହନ କରିଥିଲା, ତାର ସ୍ପଷ୍ଟତା ଆସିବା ଦରକାର। ପାଣ୍ଡିଆନ ପାଖାପାଖି ୪୦୦ ରୁ ୪୫୦ ଜାଗା ବୁଲିଛନ୍ତି ।

ପାଣ୍ଡିଆନଙ୍କ ଗସ୍ତ ପାଇଁ ହେଲିପ୍ୟାଡ୍ ନିର୍ମାଣ ହେଉଥିଲା, ଏହାକୁ ନିର୍ମାଣ କରିବାକୁ କିଏ କିଏ ଅନୁମତି ଦେଇଥିଲା। କାହା ଅନୁମତିରେ ସେ ହେଲିକପ୍ଟରରେ ଉଡ଼ୁଥିଲେ। ଜଣେ ସଚିବଙ୍କ ଗସ୍ତ ପାଇଁ କିଏ ଅନୁମତି ଦେଇଥିଲା ସବୁ କିଛିର ତଦନ୍ତ ହୋଇ ଖୁବ୍ଶୀଘ୍ର ଦଣ୍ଡ ବିଧାନର ବ୍ୟବସ୍ଥା ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ଏହାପୂର୍ବରୁ ବି ପରିବହନ ମନ୍ତ୍ରୀ ବିଭୂତି ଜେନା ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତଦନ୍ତ ହେବା ନେଇ କହିଥିଲେ ।

Related posts

ବସ୍ତିର ପିଲାଙ୍କ ସହ ରଜ ପାଳିଲେ ସ୍ଵେଚ୍ଛାସେବୀ

mahabharatanews

ନବ ଦାସ ହତ୍ୟା ମାମଲା;  ୨୧ରେ ହେବ ପରବର୍ତୀ ଶୁଣାଣି 

mahabharatanews

 ୨୧ ସୁଦ୍ଧା ଲଘୁଚାପରେ ସମ୍ଭାବନା

mahabharatanews