କୋଲକାତା : ମନ୍ତ୍ରୀଙ୍କ ଦାଦାଗିରି ଭିଡିଓ ଭାଇରାଲ । ସ୍ପଷ୍ଟ ଦିବାଲୋକରେ ମହିଳା ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ଠେଙ୍ଗାରେ ପିଟିବାକୁ ଧମକ ଦେଲେ ମମତାଙ୍କ ମନ୍ତ୍ରୀ । ଏହାକୁ ନେଇ ବିଜେପି ପକ୍ଷରୁ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି, ଯେଉଁଥିଲେ ପଶ୍ଚିମବଙ୍ଗର ତୃଣମୂଳର ଜଣେ ରାଜ୍ୟ ମନ୍ତ୍ରୀ ଜଙ୍ଗଲ ବିଭାଗର ଜଣେ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି ଏବଂ ଧମକ ଦେଉଛନ୍ତି। ବିଜେପିର ହ୍ୟାଣ୍ଡେଲରେ ସେୟାର କରାଯାଇଥିବା ଭିଡିଓରେ ବଙ୍ଗଳା ମନ୍ତ୍ରୀ ଅଖିଲ ଗିରି ମହିଳା ଅଧକାରୀଙ୍କ ଧମକଚମକ ଦେଉଥିବା ଦେଖିବାକୁ ମିଳିଛି । ଏହାକୁ ଦେଇ ସଂପୃକ୍ତ ମନ୍ତ୍ରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିବିଜେପି ରାଜ୍ୟପାଳଙ୍କୁ ଏକ ଚିଠି ଲେଖିଛି ।
ପଶ୍ଚିମବଙ୍ଗର ରାଜ୍ୟ ମନ୍ତ୍ରୀ ଅଖିଳ ଗିରି ଶନିବାର ଜଣେ ମହିଳା ଜଙ୍ଗଲ ଅଧିକାରୀଙ୍କ ସହ ଅସଦାଚରଣ କରିବା ସହ ତାଙ୍କୁ ଠେଙ୍ଗାରେ ପିଟିବାକୁ ଧମକ ଦେଇଛନ୍ତି। ଏହି ମହିଳା ଅଧିକାରୀ ପୂର୍ବ ମେଦିନାପୁର ଜିଲ୍ଲାର ତାଜପୁରରେ ହୋଇଥିବା ଅତିକ୍ରମଣ ହଟାଇବା ପାଇଁ ଦଳର ନେତୃତ୍ୱ ନେଉଥିଲେ। ଏହି ସମୟରେ ଜେଲ୍ ମନ୍ତ୍ରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଜଙ୍ଗଲ ବିଭାଗ ଦଳ ଉପରେ ରାଗି ଯାଇଥିଲେ।
West Bengal Minister Akhil Giri threatens a lady Forest Officer because she was performing her duty to remove illegal encroachment in forest areas.
What did he say –
1. “সরকারি কর্মচারী, মাথা নিচু করে কথা বলবেন।” – You are a government employee, bow down your head (infront of… pic.twitter.com/CDrULP9Mli
— BJP West Bengal (@BJP4Bengal) August 3, 2024
ମନ୍ତ୍ରୀ ସର୍ବସମ୍ମୁଖରେ ମହିଳା ଅଧକାରୀଙ୍କୁ ଅପମାନିତ କରିଛନ୍ତି । ତୁମେ ଜଣେ ସରକାରୀ କର୍ମଚାରୀ, କଥା କହିବା ସମୟରେ ମୋ ଆଗରେ ମୁଣ୍ଡ ନୁଆଁଇ କଥାବାର୍ତ୍ତା କର ବୋଲି ମନ୍ତ୍ରୀ ଅଖିଳ ଗିରି କହୁଥିବାର ଭିଡିଓରେ ଦେଖିବା ପାଇଁ ମିଳୁଛି । ଗୋଟିଏ ସପ୍ତାହ ମଧ୍ୟରେ ତୁମ ସହିତ କ’ଣ ହେବ ଦେଖ । ଏହି ଗୁଣ୍ଡାମାନେ ତୁମକୁ ଘରକୁ ଯିବାକୁ ଦେବେ ନାହିଁ । ତୁମେ ତୁମର ଆଚରଣରେ ଉନ୍ନତି କର, ନଚେତ୍ ମୁଁ ତୁମକୁ ଠେଙ୍ଗାରେ ପିଟିବି। ଏହି ବିଷୟରେ ମହିଳା ଅଧିକାରୀ ପରେ କହିଥିଲେ ଯେ ଆମେ ଜଙ୍ଗଲ ଜମି ମୁକ୍ତ କରିବାକୁ ଯାଇଛୁ। ଆମର ବାରମ୍ବାର ଚେତାବନୀ ପରେ ଅତିକ୍ରମଣ କରାଯାଇଥିଲା। ତେବେେ ଏହି ଘଟଣାକୁ ନେଇ ପରେ ବବାଲ ସୃଷ୍ଟି ହୋଇଛି ।