ମୋଦୀ ୩.୦ ପ୍ରଥମ ସାଧାରଣ ବଜେଟ୍ (ୟୁନିଅନ୍ ବଜେଟ୍ ୨୦୨୪) ଉପସ୍ଥାପନ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ସଂସଦରେ ଉପସ୍ଥାପନ କରିଛନ୍ତି, ଅର୍ଥମନ୍ତ୍ରୀ ଭାବରେ ଏହା କ୍ରମାଗତ ସପ୍ତମ ବଜେଟ୍। ବଜେଟରେ ବିଭିନ୍ନ କ୍ଷେତ୍ର ପାଇଁ ଅନେକ ଘୋଷଣା କରାଯାଇଛି । କିନ୍ତୁ ସାଧାରଣ ଲୋକଙ୍କ ପକେଟ ଉପରେ ଭାର ପଡ଼ିଛି, ତାଙ୍କୁ ଆରାମ ମିଳିଛି ଆସନ୍ତୁ ଜାଣିବା । ସରକାର ଅନେକ ଜିନିଷ ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ କରିଛନ୍ତି ଏବଂ ମୁଖ୍ୟତ କର୍କଟ ଔଷଧକୁ ଡ୍ୟୁଟିମୁକ୍ତ କରାଯାଇଛି। ଆସନ୍ତୁ ଜାଣିବା କ’ଣ ମହଙ୍ଗା ହେଲା ଏବଂ କ’ଣ ଶସ୍ତା ହେଲା …
କ’ଣ ଶସ୍ତା ?
ବଜେଟରେ କୁହାଯାଇଛି ଯେ ସୁନା, ରୁପା ଓ ପ୍ଲାଟିନମ ଉପରୁ ସୀମା ଶୁଳ୍କ କମିବ। ସୁନା ଓ ରୁପା ଉପରୁ କଷ୍ଟମ ଡ୍ୟୁଟି ବା ସୀମା ଶୁଳ୍କ ୬% ହ୍ରାସ କରାଯିବ। ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି ୬.୪% ହ୍ରାସ କରାଯିବ। ଏହାବାଦ ମୋବାଇଲ, ଚାର୍ଜର, ବ୍ୟାଟେରୀ ଶସ୍ତା ହେବ। ସଂପୃକ୍ତ ଜିନିଷ ଉପରୁ ସୀମା ଶୁଳ୍କ ହ୍ରାସ ନେଇ ଘୋଷଣା କରାଯାଇଛି। ସୋଲାର ପ୍ୟାନେଲ ଓ ସାମୁଦ୍ରିକ ଉତ୍ପାଦ ମଧ୍ୟ ଶସ୍ତା ହେବ। ଏହି ସବୁ ସାମଗ୍ରୀ ଉପରେ ଲାଗୁଥିବା ଶୁଳ୍କକୁ ମଧ୍ୟ ହ୍ରାସ କରାଯିବ। ୩ ପ୍ରକାର କ୍ୟାନ୍ସର୍ ଔଷଧ ଉପରୁ କଷ୍ଟମ ଡ୍ୟୁଟି କମିବ। ଔଷଧ ଓ ମେଡିକାଲ ଜିନିଷ ଉପରୁ କଷ୍ଟମ ଡ୍ୟୁଟି କମିବ। ଏକ୍ସରେ ଟ୍ୟୁବ୍ ଉପରୁ ମଧ୍ୟ ଶୁଳ୍କ ହ୍ରାସ ନେଇ ବଜେଟରେ ଘୋଷଣା କରାଯାଇଛି।
କ’ଣ ମହଙ୍ଗା
ଅନ୍ୟପକ୍ଷରେ ଟେଲିକମ୍ ଯନ୍ତ୍ରପାତି ମହଙ୍ଗା ହୋଇଛି, ଏଥିରେ କଷ୍ଟମ୍ ଡ୍ୟୁଟି ୧୫% କୁ ବୃଦ୍ଧି କରାଯାଇଛି ।