ଭାରତ

ସବୁଠୁ ବଡ଼ ପ୍ରଦୂଷିତ ସହର ଦିଲ୍ଲୀ

(ଦିଲ୍ଲୀ) : ଦିଲ୍ଲୀରେ ପ୍ରଦୂଷଣ ହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।  ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ହୋଇଥିବା ବର୍ଷରେ ଏହା ସବୁଠାରୁ ପ୍ରଦୂଷିତ ସହରର ମାନ୍ୟତା ପାଇଛି। ଏହାର ବାୟୁରେ ପିଏମ୍‌୨.୫ (ଅତିଶୟ କ୍ଷୁଦ୍ର କଣିକା)ର ଘନତା ୧୦୦.୧ ରହିଛି, ଯାହା ନିରାପଦ ସୀମାଠାରୁ ୩ ଗୁଣ ଅଧିକ।

ସୂଚନାନୁଯାୟୀ , ପ୍ରମୁଖ ୧୦ଟି ପ୍ରଦୂଷିତ ସହର ମଧ୍ୟରେ ରହିଛି ଜାତୀୟ ରାଜଧାନୀ ଅଞ୍ଚଳର ୪ଟି ସହର- ଫରିଦାବାଦ (୮୯), ନଏଡ଼ା (୭୯.୧), ଗାଜିଆବାଦ (୭୮.୩) ଓ ମିରଟ (୭୬.୯)। ଅକ୍ଟେବାର ୧, ୨୦୨୨ରୁ ସେପ୍ଟେମ୍ବର ୩୦, ୨୦୨୩ ପର୍ଯ୍ୟନ୍ତ ସରକାରଙ୍କ ପ୍ରଦତ୍ତ ପିଏମ୍‌୨.୫ ତଥ୍ୟର ବିଶ୍ଳେଷଣ କରି ଏହି ରିପୋର୍ଟ ପ୍ରକାଶ କରାଯାଇଛି। ଦିଲ୍ଲୀ ପରେ ପାଟନା ହେଉଛି ଦ୍ବିତୀୟ ସବୁଠାରୁ ବଡ଼ ପ୍ରଦୂଷିତ ସହର ଯାହାର ପିଏମ୍‌୨.୫ ଘନତା ହେଉଛି ଘନମିଟର ପିଛା ୯୯.୭ ମାଇକ୍ରୋଗ୍ରାମ୍।

Related posts

ଭୋଟ ଦେଲେ ଅଭିନେତା ଅଲୁ ଅର୍ଜୁନ

mahabharatanews

ଗତ ୨୪ ଘଣ୍ଟାରେ ଦେଶରୁ ୬୫୩ କରୋନା ସଂକ୍ରମିତ ଚିହ୍ନଟ 

mahabharatanews

କମିବ କି ପାର୍ଲେ ଜି ବିସ୍କୁଟର ଦର

mahabharatanews