ମନୋରଞ୍ଜନ

ଏକା ସଙ୍ଗେ ଆସିବାକୁ ଯାଉଛନ୍ତି ଖାନ୍ ବ୍ରଦର୍ସ

ମୁମ୍ବାଇ: ବଲିଉଡର ଦବଙ୍ଗ ସଲମାନ ଖାନ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କେବେ ନିଜ ଫିଲ୍ମକୁ ନେଇ ତ ପୁଣି କେବେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସଲମାନ । ଏହି କିଛି ଦିନ ହେବ ଆଗାମୀ ଫିଲ୍ମ ସହ ବିଗବସ-୧୬କୁ ନେଇ ଚର୍ଚ୍ଚାରେ ରହିଥିଲେ ସଲମାନ ।କିନ୍ତୁ ବର୍ତ୍ତମାନ ସଲମାନ ତାଙ୍କର ଆଉ ଏକ ନୂଆ ଫିଲ୍ମକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମରେ ତିନି ଜଣ ଖାନ୍ ବର୍ଦର ଏକା ସଙ୍ଗେ ଆସିବାକୁ ଯାଉଛନ୍ତି । ଯାହକୁ ନେଇ ଦର୍ଶକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି ।

ଏହି ଫିଲ୍ମ ମାଧ୍ୟମରେ ପ୍ରଥମ ଥର ପାଇଁ ଏକାସଙ୍ଗେ ସଲମାନ, ସୋହେଲ ଏବଂ ଅରବାଜ ଖାନ ସ୍କ୍ରିନ ସେୟାର କରୁଥିବାର ଦେଖିବାକୁ ମିଳିବ । ପୂର୍ବରୁ ସଲମାନ ଖାନ ତାଙ୍କ ମଝିଆ ଭାଇ ଅରବାଜ ଖାନଙ୍କ ସହ ‘ପ୍ୟାର କିଆ ତୋ ଡରନା କ୍ୟା’, ‘ଗର୍ବ’ଏବଂ ‘ଦବଙ୍ଗ’ ଭଳି ହିଟ୍ ସିନେମା ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏବଂ ସାନ ଭାଇ ସୋହେଲ ଖାନଙ୍କ ସହ ‘ମୈନେ ପ୍ୟାର କ୍ୟୁଁ କିଆ’ ଓ ‘ବୀର’ ଆଦି ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଛନ୍ତି ।

ତେବେ ନିକଟରେ ଏକ ସାକ୍ଷାତକାର ଦେଇଥିଲେ ଅରବାଜ । ସାକ୍ଷାତକାରରେ ଅରବାଜ କହିଛନ୍ତି ଯେ, ତିନି ଭାଇ ପରଦାରେ ଏକାଠି ରଙ୍ଗୀନ ପରଦାରେ ନଜର ଆସିବେ ।ଅରବାଜ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଏଭଳି ସୁଯୋଗ ଆସିବ ଆମେ ଏହାକୁ ଯିବାକୁ ଦେବୁନି। ତେବେ କେବେ ଏହି ଫିଲ୍ମ ପରଦାକୁ ଆସିବ ସେ ନେଇ ଅରବାଜ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି । ତେବେ ଫିଲ୍ମକୁ ନେଇ ଏବେ ଠାରୁ ଦର୍ଶକଙ୍କ ଭିତରେ ନାହିଁ ନଥିବା ଉକ୍ରଣ୍ଠା ଦେଖାଦେଇଛି ।

 

Related posts

ପରିଣୀତିଙ୍କ ସହ ଝଗଡା ନେଇ ଏମିତି କିଛି କହିଲେ ରାଘବ

mahabharatanews

ହାପି ବାର୍ଥଡେ ବିଗ ବି

mahabharatanews

ଡ଼ିସେମ୍ବର ୨୪ତାରିଖରୁ ଆରମ୍ଭ ହେବ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା

mahabharatanews