ଓଡିଶା

୨୦୨୩ରେ ବଦଳିବେ କି ଛତିଶଗଡ ବିଜେପିର ଚେହେରା

ବିରୋଧୀ ଦଳ ନେତା ସହ ରାଜ୍ୟ ସଭାପତି ବଦଲାଇଲା କେନ୍ଦ୍ର ବିଜେପି

ଋାୟପୁର: ଛତିଶଗଡର ବିଧାନସଭା ନିର୍ବାଚନକୁ ଆଉ ବର୍ଷେ ବାକି ରହିଛି। ଏବେ ଠାରୁ ଛତିଶଗଡ ବିଜେପିରେ ନବକଳେବର ପର୍ବ ଦେଖିବାକୁ ମିଳିଛି। କେନ୍ଦ୍ରୀୟ ବିଜେପି ପକ୍ଷରୁ ଛତିଶଗଡ ବିଜେପିରେ ନବକଳେବର କରାଯାଇଛି। ରାଜ୍ୟ ବିଜେପି ସଭାପତି ସହ ବିରୋଧୀ ଦଳ ନେତାଙ୍କୁ ପରିବର୍ତ୍ତନ କରାଯାଇଛି। ସୂଚନା ଅନୁସାରେ ରମଣ ସିଂହଙ୍କ ନେତୃତ୍ୱରେ ବିଜେପି ୧୫ ବର୍ଷ ଧରି କ୍ଷମତାରେ ଥିଲା। ତେବେ ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ପରାଜୟ ବରଣ କରିଥିଲା ଓ କ୍ଷମତାରୁ ଯାଇଥିଲା। ସେବେ ଠାରୁ ରାଜ୍ୟରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ପଞ୍ଚାୟତ, ପୌରପାଳିକା ଓ ଉପନିର୍ବାଚନ ଗୁଡିକରେ କ୍ରମାଗତ ଭାବେ ଲୋକଙ୍କ ଆସ୍ଥା ହରାଇବାରେ ଲାଗିଛି। କେବଳ ଲୋକସଭା ନିର୍ବାଚନରେ ଦଳ ସଫଳତା ପାଇଥିଲା। ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ବର୍ତ୍ତମାନର ରାଜ୍ୟ ସଭାପତି ବିଷ୍ଣୁଦେବ ସାଇଙ୍କ ସ୍ଥାନରେ ବିଳାସପୁର ସାଂସଦ ଅରୁଣ ସାଓଙ୍କୁ ରାଜ୍ୟ ସଭାପତି କରିଛି।

ଶ୍ରୀ ସାଓ ବିଧାନ ପରିଷଦରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ସେ ପ୍ରଥମ ଥର ଲାଗି ସାଂସଦ ରହିଛନ୍ତି। ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ଶ୍ରୀ ସାଓଙ୍କ ହାତରେ ରହିବ। ସେହିପରି ନାରାୟଣ ଚାନ୍ଦେଲଙ୍କୁ ବିରୋଧୀ ଦଳ ନେତା କରାଯାଇଛି। ଉଭୟେ ରମଣ ସିଂ ଗୋଷ୍ଠୀର ନୁହଁନ୍ତି। ଅଥବା ବ୍ରିଜମୋହନ ଅଗ୍ରୱାଲ, ଅଜୟ ଚନ୍ଦ୍ରକରଙ୍କ ଭଳି ନେତାଙ୍କ ଦଳର ନୁହଁନ୍ତି। ବିଜେପି କର୍ମୀ ଏବଂ ନେତାମାନେ ମଧ୍ୟ ଏହି ଦୁଇ ଜଣଙ୍କ ଉପରେ ଖୁସି ବ୍ୟକ୍ତ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କାରଣ ରମଣ ସିଂଙ୍କ ନେତୃତ୍ୱରେ ଦଳ ରାଜ୍ୟରେ ଲଗାତାର ତିନିଥର କ୍ଷମତାକୁ ଆସିଥିଲା। ତେବେ ଗତ ୨୦୧୮ ବିଧାନସଭା ନିର୍ବାଚନରେ ଦଳ ତାଙ୍କ ନେତୃତ୍ୱରେ ପରାଜୟ ବରଣ କରିଥିଲା। କହିବାକୁ ଗଲେ ରମଣ ସିଂ ଛତିଶଗଡ ବିଜେପିର ବଡ ଚେହେରା। ତେବେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ପୁଣି ଥରେ ରିପିଟ କରୁଛନ୍ତି ନା ଆଉ କାହାକୁ ନୂଆ ଚେହେରା ଭାବେ ଉପସ୍ଥାପନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Related posts

ଟିଜିଟି ନିଯୁକ୍ତି ପାଇଁ ଆସନ୍ତା ୭ ତାରିଖରେ ପରୀକ୍ଷା ଅନୁଷ୍ଠିତ

mahabharatanews

ବିବାଦୀୟ ଅଡିଓ କ୍ଲିପ ମାମଲା: ଦୁଇ ବନ୍ଧୁଙ୍କୁ କୋର୍ଟ ଚାଲାଣ କରାଯିବ

mahabharatanews

ରାଜ୍ୟରେ ଅପଗ୍ରେଡ ଶହେ ହାଇସ୍କୁଲ: ଗଣଶିକ୍ଷା ମନ୍ତ୍ରୀ

mahabharatanews