ଓଡିଶା

ଆମ୍ବାଦଳା ଷ୍ଟେସନ ନିକଟରେ ମାଳବାହି ଟ୍ରେନର ୬ ବଗି ଲାଇନ ଚ୍ୟୁତ

ବିଷମ କଟକ / ରବିନ୍ଦ୍ର କୁମାର ସାହୁ : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଆମ୍ବାଦଲା ଥାନା ବେଦାନ୍ତ ରୁ ଆସୁଥିବା ମାଳବାହି ଟ୍ରେନ ଆମ୍ବାଦଳା ଷ୍ଟେସନ ନିକଟରେ ଲାଇନ ଚ୍ୟୁତ। ୬ ବଗି ଲାଇନ ଚ୍ୟୁତ ହୋଇଛି। ତେବେ ଏହା ବେଦାନ୍ତ ଓ ଅମ୍ବାଦଳା ଲାଇନରେ ଘଟିଥିବାରୁ ଟ୍ରେନ ଚଳାଚଳ ସ୍ୱାଭାବିକ ରହିଛି। ଗତକାଲି ରାତି ଏହି ମାଳବାହୀ ଟ୍ରେନଟି ଅମ୍ବାଦଳା ଷ୍ଟେସନ ଭିତରକୁ ପ୍ରବେଶ କରୁଥିବା ବେଳେ ଏହି ଘଟଣା ଘଟିଛି।ବର୍ତ୍ତମାନ ବିଭାଗୀୟ କର୍ମଚାରୀ ଓ କ୍ରେନ୍ ଗୁଡ଼ିକ ପହଞ୍ଚି ସାରିଲେଣି ବଗୀ ଗୁଡ଼ିକ ଉଠାଇବା କାମ ଆରମ୍ଭ ହୋଇଛି। ଲେବଲ କ୍ରସିଂ ନିକଟରେ ଏହା ଘଟିଥିବା ବେଳେ ଟ୍ରାକ ସହିତ ସଂଯୋଗ ଥିବା ଫିସ ପ୍ଲେଟ ଭାଙ୍ଗି ଯିବାରୁ ଏହା ଘଟିଥିବା ଜଣାପଡ଼ିଛି। ତେବେ ରାୟଗଡା ଟିଟିଲାଗଡ଼ ରୁଟରେ ଟ୍ରେନ ଚଳାଚଳ ସ୍ୱାଭାବିକ ରହିଛି।

Related posts

ବନ୍ଦଘରୁ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର

mahabharatanews

ଓଡିଶାର ଗର୍ବ ସାଂସଦ ସସ୍ମିତ ପାତ୍ର

mahabharatanews

ଆଜିଠାରୁ ରାଜ୍ୟ ବିଜେପିର ୩ ଦିନିଆ ପ୍ରଶିକ୍ଷଣ ଶିବିର

mahabharatanews