ଓଡିଶା

ଶୀତରେ ଥରହର ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରରେ ଚଳିତ ମାସ ପ୍ରଥମ ସପ୍ତାହରୁ ଅଧିକାଂଶ ସ୍ଥାନରେ ତାପମାତ୍ରା ଅ ।ଶାତୀତ ଭାବେ କମ୍ ହେବା ଫଳରେ ଗତ ୧୭ ତାରିଖରୁ ଶୀତର ପ୍ରକୋପ ବୃଦ୍ଧି ପାଇଛି । ବିଶେଷ କରି ଉଲୁଣ୍ଡା, ଲଛିପୁର, ତରଭା ଅଞ୍ଚଳରେ ଶୀତରେ ଲୋକମାନେ ଥରୁଛନ୍ତି । ବିଭିନ୍ନ ଗାଁ ଗହଳ ସହ ସହରବାସୀ ଶୀତର ମଜା ନେବା ପାଇଁ ଲୋକମାନେ ସକାଳୁ ସକାଳୁ ଉଠି ପ୍ରାତଃ ଭ୍ରମଣ, ଯୋଗ ଅଭ୍ୟାସ ଓ ବ୍ୟାୟାମ କରିବା ସହ ଚା  ଖଟିରୁ ଅ।ରମ୍ଭ କରି ବିଭିନ୍ନ ଛକମାନଙ୍କରେ ସକାଳ ଓ ସନ୍ଧ୍ୟା ସମୟରେ ନିଆଁ  ଲଗାଇ ଶୀତ ଦାଉରୁ ରକ୍ଷା ପାଉଥିବା ଦେଖିବାକୁ ମିଳୁଛି । ପ୍ରବଳ କୁହୁଡ଼ି ହେଉଥିବା ସହ ଶୀତ ହେଉଥିବା ଯୋଗୁଁ ଗାଈଗୋରୁ, ହନୁମାଙ୍କଡ ମଧ୍ୟ ଜଙ୍ଗଲ ଭିତରକୁ ନ ଯାଇ ସହର ଭିତରେ ଗୋଟିଏ ଯାଗାରେ ଜମା ହୋଇ ରହୁଥିବା ଦେଖିବାକୁ ମିଳିଛି । ସୁବର୍ଣ୍ଣପୁର ର ବିଭିନ୍ନ ଅଞ୍ଚଳରେ ପ୍ରବଳ ଶୀତ ହେଉଥିବା ବେଳେ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଘନ କୁହୁଡି ଫଳରେ ଯାନବାହନ ଯାତାୟାତରେ ଅସୁବିଧା ସୃଷ୍ଟି ହେଉଛି । ଦିନ କୁ ଦିନ ବୃଦ୍ଧି ପାଉଥିବା ଶୀତ କିନ୍ତୁ ଗରିବ ନିରାଶ୍ରୟଙ୍କ ଓ ବୟସ୍କ ବ୍ୟକ୍ତି ମାନଙ୍କ ପାଇଁ କଷ୍ଟଦାୟକ ହେବ । ତେଣୁ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ନିରାଶ୍ରୟ,ବୃଦ୍ଧାମାନଙ୍କ ପାଇଁ କମ୍ବଳ ବଣ୍ଟନ କରାଯାଇ ଶୀତ ଦାଉରୁ ରକ୍ଷା କରିବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ।

Related posts

ଡ଼ିସେମ୍ବର ୨୪ତାରିଖରୁ ଆରମ୍ଭ ହେବ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା

mahabharatanews

ମୌସୁମୀ ପରବର୍ତ୍ତୀ ସମୟରେ ସର୍ତକ ରହିବାକୁ ସ୍ୱାସ୍ଥ୍ୟବିଭାଗର ମାର୍ଗଦର୍ଶିକା

mahabharatanews

ଚାଇନା ମେଡ ମାଞ୍ଜା ବ୍ୟବହାର ଉପରେ ପ୍ରତିବନ୍ଧକ

mahabharatanews