ଓଡିଶା

ଶୀତରେ ଥରହର ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରରେ ଚଳିତ ମାସ ପ୍ରଥମ ସପ୍ତାହରୁ ଅଧିକାଂଶ ସ୍ଥାନରେ ତାପମାତ୍ରା ଅ ।ଶାତୀତ ଭାବେ କମ୍ ହେବା ଫଳରେ ଗତ ୧୭ ତାରିଖରୁ ଶୀତର ପ୍ରକୋପ ବୃଦ୍ଧି ପାଇଛି । ବିଶେଷ କରି ଉଲୁଣ୍ଡା, ଲଛିପୁର, ତରଭା ଅଞ୍ଚଳରେ ଶୀତରେ ଲୋକମାନେ ଥରୁଛନ୍ତି । ବିଭିନ୍ନ ଗାଁ ଗହଳ ସହ ସହରବାସୀ ଶୀତର ମଜା ନେବା ପାଇଁ ଲୋକମାନେ ସକାଳୁ ସକାଳୁ ଉଠି ପ୍ରାତଃ ଭ୍ରମଣ, ଯୋଗ ଅଭ୍ୟାସ ଓ ବ୍ୟାୟାମ କରିବା ସହ ଚା  ଖଟିରୁ ଅ।ରମ୍ଭ କରି ବିଭିନ୍ନ ଛକମାନଙ୍କରେ ସକାଳ ଓ ସନ୍ଧ୍ୟା ସମୟରେ ନିଆଁ  ଲଗାଇ ଶୀତ ଦାଉରୁ ରକ୍ଷା ପାଉଥିବା ଦେଖିବାକୁ ମିଳୁଛି । ପ୍ରବଳ କୁହୁଡ଼ି ହେଉଥିବା ସହ ଶୀତ ହେଉଥିବା ଯୋଗୁଁ ଗାଈଗୋରୁ, ହନୁମାଙ୍କଡ ମଧ୍ୟ ଜଙ୍ଗଲ ଭିତରକୁ ନ ଯାଇ ସହର ଭିତରେ ଗୋଟିଏ ଯାଗାରେ ଜମା ହୋଇ ରହୁଥିବା ଦେଖିବାକୁ ମିଳିଛି । ସୁବର୍ଣ୍ଣପୁର ର ବିଭିନ୍ନ ଅଞ୍ଚଳରେ ପ୍ରବଳ ଶୀତ ହେଉଥିବା ବେଳେ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଘନ କୁହୁଡି ଫଳରେ ଯାନବାହନ ଯାତାୟାତରେ ଅସୁବିଧା ସୃଷ୍ଟି ହେଉଛି । ଦିନ କୁ ଦିନ ବୃଦ୍ଧି ପାଉଥିବା ଶୀତ କିନ୍ତୁ ଗରିବ ନିରାଶ୍ରୟଙ୍କ ଓ ବୟସ୍କ ବ୍ୟକ୍ତି ମାନଙ୍କ ପାଇଁ କଷ୍ଟଦାୟକ ହେବ । ତେଣୁ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ନିରାଶ୍ରୟ,ବୃଦ୍ଧାମାନଙ୍କ ପାଇଁ କମ୍ବଳ ବଣ୍ଟନ କରାଯାଇ ଶୀତ ଦାଉରୁ ରକ୍ଷା କରିବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ।

Related posts

କୁଡିଆରେ ନିଆଁ ଲାଗି ୨ ଭଉଣୀ ଜୀବନ୍ତ ଦଗ୍ଧ

mahabharatanews

ସ୍ୱଚ୍ଛାସେବୀ ସଂଗଠନ ପକ୍ଷରୁ ବାସହରା ନିରାଶ୍ରୟ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

mahabharatanews

ବର୍ଷା ପାଣି ଯୋଗୁଁ ଭାଙ୍ଗିଗଲା ଝୁଲା ପୋଲ

mahabharatanews