ଶୀତ ଦିନ ଆସିବା ମାତ୍ରେ ଆମ ତ୍ୱଚାକୁ ନେଇ ବହୁ ଚିନ୍ତାରେ ରହିଥାଉ । କାହିଁକି ନା ଶୀତ ଦିନେ ଆମ ତ୍ୱଚା ବହୁତ ଡ୍ରାଏ ହୋଇଯାଏ । ସେଥିପାଇଁ ଆମେ ଯଦି ତ୍ୱଚା ଉପରେ ଧ୍ୟାନ ନଦେବା , ଆଗକୁ ଯାଇ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଆହୁରୀ ବଢିଯିବ । ଏହି ପରିସ୍ଥିତିରେ ଯଦି ଆପଣ କୌଣସି ବାହାଘର କମ୍ବା ପାର୍ଟିକୁ ଯାଉଛନ୍ତି , ତାହାଲେ ମେକଅପ ପ୍ରତି ଧ୍ୟାନ ଦଅନ୍ତୁ । ନହେଲେ ଡ୍ରାଏ ପାଇଁ ମେକଅପ ପୂରା ଖରାପ ହୋଇଯିବ । ସେଥିପାଇଁ ଆମେ ଆପଣଙ୍କୁ ଶୀତ ଦିନ ମେକଅପ ନେବା ପରେ କିଭଳି ସ୍କିନ ଡ୍ରାଏ ନହେବ , ସେ ବିଷୟରେ ଜଣାଇବୁ
ମସାଜରୁ କରିବେ ଆରମ୍ଭ :
ଶୀତଦିନେ ମେକ୍ଅପ୍ ନେବା ପୂର୍ବରୁ, ସ୍କିନ୍କୁ ଏକ ଭଲ ମଶ୍ଚରାଇଜରରେ ଧୀରେ ଧୀରେ ମସାଜ କରିବେ । ଅତିକମ୍ରେ ୨ ମିନିଟ୍ ପାଇଁ ମସାଜ୍ କରିବା ଜରୁରୀ । ଯାହାଦ୍ୱାରା ମୁହଁରେ ରକ୍ତ ସଞ୍ଚାଳନ ଠିକ୍ ଭାବେ ହେବ ଏବଂ ମେକ୍ଅପ୍ ପରେ ଚେହେରା ଅଧିକ ସୁନ୍ଦର ଦେଖାଯିବ । ଏହାସହ ମେକ୍ଅପ୍ ପରେ ମୁହଁ ଶୁଖିଲା ମଧ୍ୟ ଦେଖାଯିବ ନାହିଁ ।
ଫାଉଣ୍ଡେସନ୍ରେ ତେଲ ମିଶାଇ ମୁହଁରେ ବ୍ୟବହାର କରନ୍ତୁ
ଯଦି ଆପଣଙ୍କ ସ୍କିନ୍ ଡ୍ରାଏ, ତାହେଲେ ଆପଣ ମେକ୍ଅପ୍ କରିବା ପୁର୍ବରୁ ଫାଉଣ୍ଡେସନ୍ରେ ଦୁଇ ବୁନ୍ଦା ମୁହଁରେ ବ୍ୟବହାର ହେଉଥିବା ତେଲ ମିଶାଇ ଦିଅନ୍ତୁ । ତାପରେ ହିଁ ସେହି ଜିନିଷକୁ ବେକ, ମୁହଁ ଓ ହାତରେ ଲଗାଇ ଦିଅନ୍ତୁ । ତେବେ ଏପରି କରିବା ଦ୍ୱାରା ଆପଣ ମେକ୍ଅପ୍ ନେବା ପରେ ଆପଣଙ୍କ ମୁହଁ ଡ୍ରାଏ ଦେଖାଯିବ ନାହିଁ ।
ପାଉଡର ପ୍ରଡକ୍ଟର ବ୍ୟବହାର କରନ୍ତୁ ନାହିଁ :
ଶୀତଦିନିଆ ମେକ୍ଅପ୍ରେ ପାଉଡର ପ୍ରଡକ୍ଟ ବ୍ୟବହାର କରିବା କମ୍ କରନ୍ତୁ । କାରଣ ଏହା ସ୍କିନ୍କୁ ମଧ୍ୟ ଡ୍ରାଏ କରିପାରେ । ସେଥିପାଇଁ ଶୀତଦିନ ପାଇଁ ଯେଉଁ କ୍ରିମ୍ ମୁହଁ ପାଇଁ ଭଲ ହୋଇଥାଏ ତାର ବ୍ୟବହାର କରନ୍ତୁ ।
ହାଇଲାଇଟର୍ ବ୍ୟବହାର କରନ୍ତୁ :
ଶୀତଦିନେ ଅତ୍ୟଧିକ ମେକଅପ୍ ଲଗାଇବା ଦ୍ୱାରା ସ୍କିନ୍ର ପ୍ରାକୃତିକ ଚମକ କମିଯାଏ । ଯଦି ଆପଣ କେବଳ ହାଲୁକା ମେକଅପ୍ କରନ୍ତି ତେବେ ଏହା ଭଲ ହେବ । କିନ୍ତୁ ଫାଉଣ୍ଡେସନ୍ ଲଗାଇବା ପରେ, ହାଇଲାଇଟର୍ର ବ୍ୟବହାର କରନ୍ତୁ । ଯେଉଁଥିପାଇଁ ମେକଅପ୍ ପରେ ଆପଣଙ୍କ ମୁହଁ ବହୁତ ସୁନ୍ଦର ଦେଖାଯିବ ।