ଭାରତସ୍ୱାସ୍ଥ୍ୟ

୨୪ ଘଣ୍ଟାରେ ୫,୪୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ କମିବାରେ ଲାଗିଛି । ୬ ହଜାର ତଳକୁ ଖସି ଆସିଛି ନୂତନ ସଂକ୍ରମଣ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ସୂଚନାନୁସାରେ , , ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫,୪୩୯ କରୋନାପଜିଟିଭ ଓ ୫୦ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୫,୪୩୯ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୪,୨୧,୧୬୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୫୦ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କରୋନା ମୃତ୍ୟୁସଂଖ୍ୟା ୫,୨୭,୮୨୯ରେ ପହଞ୍ଚିଛ।

ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୫,୭୩୨ ଥିବା ରେକର୍ଡ କରାଯାଇଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୧୫%। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚାନୁସାରେ , ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨,୧୨,୧୭,୪୧,୯୬୨ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।‘ଆଇସିଏମ୍‌ଆର୍‌’ ରିପୋର୍ଟ ଅନୁସାରେ, କରୋନା ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୮୮,୫୫,୨୮,୯୭୦ଟି ନମୁନା ପରୀକ୍ଷା କରାଯାଇଛି।

Related posts

ଥମୁନି ମଣିପୁର ହିଂସା : ଗୁଳି କରି ୩ଜଣଙ୍କୁ ହତ୍ୟା 

mahabharatanews

ଆସନ୍ତାକାଲି ଉଦଘାଟିତ ହେବ ନୂତନ ସଂସଦ ଭବନ

mahabharatanews

କଂଗ୍ରେସ ଓ ଟିଏମସି ମିଶି ଗୋଟାଉଛି ବଳ

mahabharatanews