ଓଡିଶା

ବାଲୁକା କଳାରେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ଜନ୍ମଦିନର ଶୁଭେଚ୍ଛା

(ଜୟନ୍ତ କୁମାର ସେଠୀ/ପୁରୀ): ଆଜି ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ଜନ୍ମ ଦିନ। ୫୩ ବର୍ଷରେ ଆଜି ସେ ପଦାର୍ପଣ କରିଥିବା ବେଳେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୂଭେଚ୍ଛାର ସୁଅ ଛୁଟିଛି । ପୁରୀ ବେଳାଭୁମୀରେ ବାଲୁକା କଳା ମାଧ୍ୟମରେ ତାଙ୍କୁ ୫୩ ତମ ଜନ୍ମଦିନର ଶୁଭେଚ୍ଛା ଜଣାଯାଇଛି । ଅନ୍ତର୍ଜାତିୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକାରେ ଅକ୍ଷୟ କୁମାରଙ୍କ ଏକ ପ୍ରତିକୃତି ଗଢିଛନ୍ତି । ତାଙ୍କୁ ‘ରୋଲ ମଡେଲ’ ହିରୋ ବୋଲି ବାର୍ତ୍ତା ଦେଇଛନ୍ତି । ଅକ୍ଷୟ ସବୁବେଳେ ନିଜ ଅଭିନୟ ଓ କଳା ମାଧ୍ୟମରେ ସମାଜକୁ ବିଭିନ୍ନ ସଚେତନତା ବାର୍ତା ଦେଇଥାନ୍ତି। ଏଥିପାଇଁ ବଲିଉଡରେ ତାଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି । ଆଗାମୀ ଦିନରେ ସେ ଆହୁରି ସଫଳ ହୁଅନ୍ତୁ ବୋଲି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି ।

Related posts

ବେଆଇନ ମଦ କାରବାର ବେଳେ ୨ ଗିରଫ

mahabharatanews

ଧରାପୃଷ୍ଠରେ ଅବତରଣ କରିଛନ୍ତି ମା’,ଆଜି ଚକ୍ଷୁ ଦାନ

mahabharatanews

ଆକ୍ସନ ମୋଡରେ ସରକାର, ଅରବିନ୍ଦ ପାଢ଼ୀଙ୍କୁ ଗୁରୁ ଦାୟିତ୍ବ

mahabharatanews