ଓଡିଶା

ଧରାପୃଷ୍ଠରେ ଅବତରଣ କରିଛନ୍ତି ମା’,ଆଜି ଚକ୍ଷୁ ଦାନ

(ଭୁବନେଶ୍ୱର) : ଧରାପୃଷ୍ଠକୁ ଓଲ୍ଲାଇଛନ୍ତି ମା । ଏଥିପାଇଁ ଚଳଚଞ୍ଚଳ ଧରାପୃଷ୍ଠ । ଶକ୍ତିପୀଠରେ ଆଜି ଅଷ୍ଟମୀ ପୂଜାର୍ଚ୍ଚନା କରାଯାଉ ଥିବା ବେଳେ ମଣ୍ତପରେ ଆଜି ହେଉଛି ସପ୍ତମୀ ପୂଜା । ଆଜି ମା’ଙ୍କୁ ଚକ୍ଷୁ ଦାନ ପରେ ଆରମ୍ଭ ହେବ ପୂଜାର୍ଚ୍ଚନା । ସପ୍ତମୀରେ ନଦୀରୁ ଜଳ ଆଣି ମଣ୍ତପରେ ମାଆଙ୍କୁ ଚକ୍ଷୁଦାନ କରାଯିବା ପରେ ମନ୍ତ୍ରପାଠ ପରେ ପ୍ରାଣ ପ୍ରତିଷ୍ଠା କରାଯିବ ।

ସୂଚନାନୁଯାୟୀ ,  ଆସନ୍ତାକାଲି ଅଷ୍ଟମୀ ପୂଜା ସହିତ ବ୍ରତ ପୂଜା କରାଯିବାର ପରମ୍ପରା ରହିଛି । ସେହିପରି ନବମୀରୁ ସନ୍ଧିପୂଜା ସହ ବଙ୍ଗୀୟ ମେଢ ଗୁଡିକରେ ସିନ୍ଦୁର ଖେଳ ହେବ ଏବଂ ଶୁକ୍ରବାର ଦଶମୀ ପୂଜାର୍ଚ୍ଚନା କାରାଯିବାର ପରମ୍ପରା ରହିଛି । ତେବେ ପୂଜା ପାଇଁ ସଜେଇ ହୋଇଛି ଟ୍ୱିନ୍ ସିଟି । ବଡ଼ ବଡ଼ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ସେଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର ଏବଂ କଟକ ।

Related posts

ଘରୋଇ ଡ଼ାକ୍ତରଖାନାରେ ରୋଗୀଙ୍କୁ ଶୋଷଣ

mahabharatanews

ଜାତୀୟସ୍ତରୀୟ ସେମିନାରରେ ଯୁନାନି ଦିବସ ପାଳନ

mahabharatanews

 ପର୍ଯ୍ୟଟକଙ୍କ ମନ ମୋହୁଛି ଧଳା ବଉଳା କୁମ୍ଭୀର

mahabharatanews