Uncategorized

କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗୁଛି ବିଏମସି

ଭୁବନେଶ୍ୱର: ବଲିଉଡ ଆକ୍ଟ୍ରେସ କଙ୍ଗନା ରାନାୱତଙ୍କୁ ମହଙ୍ଗା ପଡିଲା ଉଦ୍ଧବ ସରକାର ସହ ପଙ୍ଗା ନେବା । କେନ୍ଦ୍ର କଙ୍ଗନାଙ୍କୁ ୱାଇ ସିକ୍ୟୁରିଟି ଦେଇଥିବା ବେଳେ ଆଜି ବିଏମସି ବ୍ରାନ୍ଦ୍ରା ୱେଷ୍ଟର ପାଲି ହିଲ ରୋଡରେ ଥିବା କଙ୍ଗନାଙ୍କ କାର୍ଯ୍ୟାଳୟକୁ ଅବୈଧ ନିର୍ମାଣକୁ ଧ୍ୱଂସ କରିଦେଇଛି । ବିଏମସିର ଏକ ଟିମ ଜେସିବି ଓ ଶ୍ରମିକଙ୍କୁ ନେଇ କଙ୍ଗନାଙ୍କ କାର୍ଯ୍ୟାଳୟଠାରେ ପହଞ୍ଚି ଅବୈଧ ନିର୍ମାଣକୁ ଭାଙ୍ଗି ଧେଇଛି । ଏହାକୁ ନେଇ କଙ୍ଗନା ବିଏମସି ଟିମକୁ ବାବରର ସେନା କହିଛନ୍ତି ।
ବିଏମସିର ଏହି କାର୍ଯ୍ୟ ବିରୋଧରେ କଙ୍ଗନା ମୁମ୍ବାଇ ହାଇକୋର୍ଟରେ ଏକ ମାମଲା ଦାୟର କରିଛନ୍ତି । କଙ୍ଗନାଙ୍କ ତରଫରୁ ରାଜବାନ ସିଦ୍ଧିକି କୋର୍ଟରେ ମାମଲା ଦାୟର କରିଛନ୍ତି । ଏହି ମାମଲାରେ ଜଷ୍ଟିସ କଥାୱାଲା ଶୁଣାଣି କରିବେ । ଏହାପରେ ସେ ବାନ୍ଦ୍ରାରେ ପହଞ୍ଚି ବିଏମସିର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ବିଏମସି ପକ୍ଷରୁ କୁହାଯାଇଛି, କଙ୍ଗନାଙ୍କ ଅଫିସର ଅନେକ ଅଂଶ ଅବୈଧ ନିର୍ମାଣ ହୋଇଛି ଓ ସେଥିପାଇଁ ଏହି କାର୍ଯ୍ୟାନୁଷ୍ଠ।।ନ ଗ୍ରହଣ କରାଯାଇଛି । ଗ୍ରାଉଣ୍ଡ ଫ୍ଲୋର ଓ ପାଷ୍ଟ ଫ୍ଲୋରରେ ଅବୈଧ ନିର୍ମାଣ ହୋଇଛି ।

Related posts

ଆସନ୍ତା ୩୧ ପର୍ଯ୍ୟନ୍ତ୍ୟ ଜମ୍ମୁର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ

mahabharatanews

ରୋଷେଇଘରେ ପଶିଲା ୬ଫୁଟିଆ ସାପ ‘ନାଗିନି’

mahabharatanews

କୋରୋନା ଭାଇରସରୁ ରକ୍ଷା ପାଇବା ପାଇ ନିୟମିତ ଖାଆନ୍ତୁ ଏହି ୪ଟି ସୁପର ଫୁଡ

mahabharatanews