ଓଡିଶା

ଆମ୍ବୁଲାନ୍ସ ନ ପାଇ ପ୍ରାଣ ହାରିଲେ ଯୁବକ

        ଭୁବନେଶ୍ୱର (ରିପୋର୍ଟର୍ସ ଟୁଡେ ମହାଭାରତ): ରାଜଧାନୀ ଭୁବନେଶ୍ୱରର ଏକ ହ୍ରଦରୁ ମିଳିଲା ଯୁବକଙ୍କ ମୃତଦେହ । ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ରେଲୱେ ଷ୍ଟେସନ ନିକଟସ୍ଥ ଏକ ହ୍ରଦରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ପୋଲିସ ଠାବ କରିଛି । ଶବ ମିଳିବା ପରେ ଘଟଣାସ୍ଥଳରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ହ୍ରଦ ନିକଟରେ ଦାଢାପାଟଣା ଗାଁର କିଛି ଯୁବକ ଖେଳୁଥିବା ସମୟରେ ହ୍ରଦ ଭିତରୁ ଯୁବକଙ୍କ ଶବ୍ଦ ଶୁଣିବାକୁ ପାଇଥିଲେ । ତୁରନ୍ତ ସେଠାରେ ପହଞ୍ଚି ଅଧା କାଦୁଅରେ ପୋତି ହୋଇ ରହିଥିବା ଯୁବକଙ୍କୁ ଉଦ୍ଧାର ମଧ୍ୟ କରାଯାଇଥିଲା । କିନ୍ତୁ ଏହା ସତ୍ତେ୍ୱ ଯୁବକଙ୍କର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁର କାରଣ ପାଲଟିଛି ଆମ୍ବୁଲାନ୍ସ । ସଠିକ ସମୟରେ ଆମ୍ବୁଲାନ୍ସ ସେବା ପହଞ୍ଚି ନ ପାରିବାରୁ ଏହି ଯୁବକଙ୍କର ମୃତ୍ୟୁ ଘଟିଛି । ମେଡିକାଲ ନେବା ପାଇଁ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସକୁ ଅପେକ୍ଷା କରିଥିଲେ ବି ଆମ୍ବୁଲାନ୍ସ ପହଞ୍ଚିପାରି ନଥିଲା । ତେଣୁ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାପରେ ଖବର ପାଇ ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

Related posts

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

mahabharatanews

mahabharatanews

 ପ୍ରବଳ ବର୍ଷା ସମ୍ଭାବନା: ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews