ଓଡିଶା

ତାଳ ଗଛ କାଟିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଏଣିକି ମନଇଛା କାଟି ପାରିବେନି ତାଳଗଛ । ସରକାରଙ୍କ ବିନା ଅନୁମତିରେ ତାଳ ଗଛ କାଟିଲେ ହେବ କାର୍ଯ୍ୟାନୁଷ୍ଠାନ । ଏପରିକି ନିଜ ବାଡ଼ିରେ ଥିବା ତାଳ ଗଛ ମଧ୍ୟ କାଟିବା ବେଆଇନ ବୋଲି କୁହାଯାଇଛି । ବନ ବିଭାଗ ବିନା ଅନୁମତିରେ ତାଳଗଛ କାଟିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ବଜ୍ରପାତ ଜନିତ ମୃତ୍ୟୁ ରୋକିବାକୁ କିଛି ଏମିତି ଶକ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପିସିସିଏଫ ଦେବୀଦତ୍ତ ବିଶ୍ୱାଳ ।
ପ୍ରତିବର୍ଷ ବର୍ଷା ଦିନେ ବଜ୍ରପାତରେ ବହୁ ଜୀବନ ଚାଲିଯାଉଛି । ଯାହାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତି ନିଆଯାଇଛି । ବଜ୍ରପାତ ମୁଖ୍ୟତଃ ଡେଙ୍ଗା ଗଛ ଯଥା ତାଳ ଓ ନଡ଼ିଆ ଗଛ ଉପରେ ହୋଇଥାଏ । ପୂର୍ବରୁ ରାଜ୍ୟର ଗ୍ରାମାଞ୍ଚଳରେ ବହୁ ପରିମାଣରେ ତାଳଗଛ ଥିଲା । ଯାହା ବଜ୍ରପାତ ଜନିତ ମୃତ୍ୟୁକୁ ରୋକିବାରେ ସହାୟକ ହେଉଥିଲା । ତାଳଗଛ ଲୋପ ପାଇଯିବାରୁ ବଜ୍ରପାତ ସିଧା ଭୂମିରେ ପଡ଼ୁଛି । ଯାହା ଦ୍ୱାରା ବିଲବାଡ଼ିରେ କାମ କରୁଥିବାରୁ କୃଷକ ଓ ଶ୍ରମିକମାନେ ଏହାର ଶିକାର ହେଉଛନ୍ତି ।

Related posts

ଆସନ୍ତାକାଲି ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ, ଗାନ୍ଧୀ ମାର୍ଗରେ ପାଣ୍ଡିୟାନ

mahabharatanews

ହାତୀ ଆକ୍ରମଣରେ ମହିଳା ମୃତ

mahabharatanews

ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ନାମ ବଦଳିଲା

mahabharatanews