ଓଡିଶା

ବନ୍ଧ୍ୟାକରଣ ଅସ୍ତ୍ରୋପଚାର ସମୟରେ ମହିଳାଙ୍କ ମୃତ୍ୟୁ

ଜୟପୁର/ମନୋଜ ଦାସ : ବନ୍ଧ୍ୟାକରଣ ଅସ୍ତ୍ରୋପଚାର ସମୟରେ ମହିଳାଙ୍କର ମୃତ୍ୟୁ। ଜୟପୁର ଜିଲା ମେଡ଼ିକାଲରେ ଘଟିଛି ଏଭଳି ଘଟଣା। ମୃତ ମହିଳା ଜଣକ ଲମତା ପୁଟ ବ୍ଲକର ସୂର୍ଯ୍ୟ ତେଜ ବଡନାୟକ। ସେ ଆଜି ୧୧ଟା ବେଳେ ଅସ୍ତ୍ରୋପଚାର ପାଇଁ ଜୟପୁର ଜିଲା ମେଡ଼ିକାଲ ରେ ଭର୍ତ୍ତି ହୋଉଥିଲେ। ତାଙ୍କର ଦୁଇଟି ପୁତ୍ର ରହିଛନ୍ତି। ଦୁଇ ଟି ସନ୍ତାନର ମାତା ହେବା ପରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପାଇଁ ଗତକାଲି ଜୟପୁର ଜିଲା ମେଡ଼ିକାଲକୁ ଆସିଥିଲେ। ତାଙ୍କର ସ୍ୱାସ୍ଥ୍ୟବସ୍ତା ଠିକ ରହିଥିଲା। ଅସ୍ତ୍ରୋପଚାର ସମୟରେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ସେପଟେ ଚିକିତ୍ସାରେ ତ୍ରୁଟି କାରଣରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ମୃତ ମହିଳାଙ୍କ ସ୍ୱାମୀ ରମାରାଜୁ ବଡନାୟକ ଅଭିଯୋଗ କରିଛନ୍ତି। ଏନେଇ ପରିବାର ଲୋକେ ମେଡ଼ିକାଲରେ ଧାରଣାଦେଇଛନ୍ତି | ସେପଟେ ମେଡ଼ିକାଲରେ ଜୟପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

Related posts

ଆସନ୍ତା କାଲିଠୁ ୫ମାସ ଧରି ଶିମିଳିପାଳ ବନ୍ଦ

mahabharatanews

କୋଭିଡ ହସପିଟାଲରେ ଭର୍ତ୍ତି ହେଲେ ହସ୍ତତନ୍ତ ମନ୍ତ୍ରୀ

mahabharatanews

ଆଜି ରାଜ୍ୟରେ ପହଞ୍ଚିବ ୫ ଶ୍ରମିକ ସ୍ପେଶାଲ ଟ୍ରେନ୍

mahabharatanews