ବିଶ୍ୱ

ଜାପାନ ଭୂମିକମ୍ପ;  ୧୨୪ ଘଣ୍ଟା ପରେ ମହିଳା ଉଦ୍ଧାର 

 (ଜାପାନ) : ଜାପାନରେ ଭୟାବହ ଭୂ ମିକମ୍ପ ସଂଘଠିତ ହେବାର ୧୨୪ ଘଣ୍ଟା ପରେ ଗୋଟାଏ ଘରର ଭଗ୍ନସ୍ତୂପ ଭିତରୁ ଜଣେ ବୟୋବୃଦ୍ଧ ମହିଳାଙ୍କୁ ଉଦ୍ଧାର କରାଯାଇଛି।  ଦିନକ ପୂର୍ବରୁ ଉଦ୍ଧାରକାରୀମାନେ ଭାଙ୍ଗିପଡ଼ିଥିବା ଗୋଟାଏ ଘରୁ ଜଣେ ୮୦ରୁ ଊର୍ଦ୍ଧ୍ବ ବୟସ୍କା ମହିଳାଙ୍କୁ ଉଦ୍ଧାର କରିଥିଲେ।

ସୂଚନାନୁଯାୟୀ, ଘରବାଡ଼ିର ଭଗ୍ନସ୍ତୂପ ଭିତରେ ଫସି ରହିଥିବା ଲୋକମାନଙ୍କୁ ବାହାର କରିବା ଲାଗି ଉଦ୍ଧାରକାରୀମାନେ ପାରୁପର୍ଯ୍ୟନ୍ତ ଉଦ୍ୟମ ଚଳାଇଥିବା ବ‌େଳେ ଜାନୁଆରି ୬ ତାରିଖ ଦିନ ସୁଜୁ ସହରରେ ଗୋଟାଏ ଦୁଇତାଲିଆ ଘରର ଭଗ୍ନସ୍ତୂପରୁ ଜଣେ ୯୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କା ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି। ଭଗ୍ନସ୍ତୂପ ତଳେ ୫ ଦିନରୁ ଅଧିକ ସମୟ ପ‌ୋତି ହୋଇ ରହିବା ସତ୍ତ୍ବେ ତାଙ୍କର ମୃତ୍ୟୁ ଘଟିନାହିଁ।

 

Related posts

ପାକ ରେଳ ଦୁର୍ଘଟଣା; ଚାଲିଗଲା ୩୩ ଜୀବନ   

mahabharatanews

ଭାରତୀୟ ବାଣିଜ୍ୟ ଦୂତାବାସରେ ଦୁର୍ବୃତ୍ତ ଲଗାଇଦେଲେ ନିଆଁ 

mahabharatanews

ଆଜି ହାଇବ୍ରିଡ ସୂର୍ୟ୍ୟ ପରାଗ ,ଏହା ଚଳିତ ବର୍ଷର ପ୍ରଥମ ସୂର୍ୟ୍ୟପରାଗ

mahabharatanews