ଓଡିଶା

ବିଶ୍ୱ ବ୍ୟାଙ୍କ ଗ୍ରୀଡକୋକୁ ପ୍ରଦାନ କରିଛି ୪୭୧.୨୭ କୋଟି ଟଙ୍କା

ବିଧାୟକଙ୍କ ଅଣତାରକା ପ୍ରଶ୍ନର ଉତ୍ତର ରଖିଲେ ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବିଧାନସଭା ମୌସୁମୀ ଅଧିବେଶନରେ ବିଧାୟକ ଗଣେଣ ରାମ ସିଂ ଖୁଣ୍ଟିଆ ଓଡି଼ଶାରେ ବିଦ୍ୟୁତ ସଂସ୍କାର ନେଇ କେଉଁ କେଉଁ ସଂସ୍ଥାକୁ ଓ କେତେ ଲେଖାଏଁ ସରକାର ଲୋନ ଦେଇଛନ୍ତି। ସେମାନେ ସେହି ଋଣ ପରିଶୋଧ କରିଛନ୍ତି କି ନାହିଁ ସେନେଇ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ପ୍ରଶ୍ନ କରିଥିଲେ। ଉତ୍ତରରେ ରାଜ୍ୟରେ ବିଦ୍ୟୁତ ସଂସ୍କାର ପରେ ବିଦ୍ୟୁତ ବିତରଣ ଭିତ୍ତିଭୂମିର ବିକାଶ ନିମନ୍ତେ ବିଶ୍ୱ ବ୍ୟାଙ୍କ ଗ୍ରୀଡକୋକୁ ସମୁଦାୟ ୪୭୧.୨୭ କୋଟି ଟଙ୍କା ଋଣ ଆକାରରେ ପ୍ରଦାନ କରିଥିଲେ। ଘରୋଇକରଣ ପରେ ସେସକୋ, ୱେସକୋ, ନୋସ୍କୋ, ସାଉଥକୋଙ୍କୁ ଅର୍ଥ ପ୍ରଦାନ କରାଯାଇଥିଲା। ସେସକୋକୁ ୨୦୪.୫୧ କୋଟି ଟଙ୍କା, ୱେସକୋ ୧୦୨.୮୯ କୋଟି ଟଙ୍କା, ନୋସକୋକୁ ୯୧.୨୮ କୋଟି ଟଙ୍କା, ସାଉଥକୋକୁ ୭୨.୫୯ କୋଟି ଟଙ୍କା ପ୍ରଦାନ କରାଯାଇଥିବା ମନ୍ତ୍ରୀ କହିଥିଲେ। ଋଣ ବାବଦରେ ୧୧.୯୨ କୋଟି ଟଙ୍କା ପରିଶୋଧ କରାଯାଇଛି। ଏହା ପରେ ୪୫୯.୩୪ କୋଟି ଟଙ୍କା ବକେୟା ପୈଠ କରିବାକୁ ଅଛି।

ବିଦ୍ୟୁତ ବିତରଣ ବ୍ୟବସ୍ଥାର ଦ୍ୱିତୀୟ ପର୍ଯ୍ୟାୟର ସଂସ୍କାର ସମୟରେ ଓଡି଼ଶା ବିଦ୍ୟୁତ ନିୟାମକ ଆୟୋଗ ଏହି ବକେୟା ଋଣ ଗୁଡିକୁ ରେସିଡ୍ୟୁଆଲ ଡିସକମଙ୍କ ଖାତାରେ ଦେୟ ବାବଦରେ ରଖିଛନ୍ତି। ସେହିପରି ରାଜ୍ୟରେ ବିଦ୍ୟୁତ ବିତରଣ କମ୍ପାନୀଙ୍କୁ ସରକାର ଅନ୍ୟାନ୍ୟ ବାବଦରେ ମଧ୍ୟ ଋଣ ପ୍ରଦାନ କରିଥିବା ଶକ୍ତି ମନ୍ତ୍ରୀ ଗୃହରେ ଉତ୍ତରରେ କହିଥିଲେ। ସେହିପରି ବିଜେଡି ବିଧାୟକ ଅରବିନ୍ଦ ଢାଲି ଶକ୍ତି ଉତ୍ପାଦନ କ୍ଷେତ୍ରରେ ଓଡି଼ଶା ଭାରତର କେଉଁ କ୍ଷେତ୍ର ଅଛି, କେତେ ଶକ୍ତି ଉତ୍ପାଦିତ ହେଉଛି, କେତେ ଶକ୍ତି ବଳକା ରହୁଛି ଓ ବାହାରକୁ କେତେ ୟୁନିଟ ଶକ୍ତି ବିକ୍ରି ହେଉଛି ସେଥିରେ କେତେ ମିଳୁଛି ତାହାର ଏକ ବିସ୍ତୃତ ବିବରଣୀ ମନ୍ତ୍ରୀ ପ୍ରଦାନ କରନ୍ତୁ ବୋଲି ପ୍ରଶ୍ନ କରିଥିଲେ। ରାଜ୍ୟରେ ପର୍ଯ୍ୟାପ୍ତ କୋଇଲା ଗଚ୍ଛିତ ଥିବା ଯୋଗୁ ତାପଜ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଓଡି଼ଶାର ବଳିଷ୍ଠ ଅବଦାନ ରହିଛି। ରାଜ୍ୟରେ ଉତ୍ପାଦିତ ବିଦ୍ୟୁତ ଶକ୍ତି, ବଳକା ବିଦ୍ୟୁତ ବାହାରକୁ ବିକ୍ରି ହେଉଥିବା, ବିଦ୍ୟୁତ ଶକ୍ତି ତଥା ସେଥିରୁ ମିଳୁଥିବା ରାଜସ୍ୱ ସମ୍ବନ୍ଧରେ ଗ୍ରୀଡକୋ ପାଖରେ ସୂଚନା ରହିଥିବା କହିଥିଲେ।

Related posts

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ

mahabharatanews

ଗଞ୍ଜାମରେ ପୁଣି ଜଣେ କୋଭିଡ ଯୋଦ୍ଧାଙ୍କ ଜୀବନ ନେଲା କରୋନା

mahabharatanews

ଖଜୁରୀଡିହା କ୍ୱାରେଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କୁ ମିଳୁଛି ବାସି ଖାଦ୍ୟ

mahabharatanews