ଓଡିଶା

ଓଡ଼ିଆଙ୍କ ପ୍ରିୟ ବିଶ୍ୱ ପଖାଳ ଦିବସ

(ଭୁବନେଶ୍ୱର) : ଆଜି ମାର୍ଚ୍ଚ ୨୦ ଅର୍ଥାତ ବିଶ୍ୱ ପଖାଳ ଦିବସ । ସାରା ବିଶ୍ବରେ ଥିବା ଓଡିଆମାନେ ପାଳନ କରିବେ ଏହି ପଖାଳ ଦିବସ । ହୁଏତ ଚଳିତ ଥର ବର୍ଷା ପାଗ ହେତୁ ପଖାଳ ଦିବସ ଫିକା ପଡିପାରେ   ।

ଜାଣିବା କଥା : ତେବେ ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବି ପ୍ରିୟ ଖାଦ୍ୟ ହେଲା ପଖାଳ । ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ଏକ ପ୍ରମାଣ। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏହି ଟଙ୍କ ତୋରାଣି ରୂପରେ ଭୋଗ ଲାଗି ହୋଇଥାଏ । ପୂର୍ବରୁ ବାସି ପଖାଳ ସହିତ ଓଲି ପିଆଜ ଓ କଞ୍ଚା ଲଙ୍କାର ସ୍ବାଦ କିଛି ନିଆରା ଥିଲା। ବାସି ପଖାଳ, ସଜ ପଖାଳ, ଦହି ପଖାଳ, ଝିରା ଛୁଙ୍କ ଦିଆ ପଖାଳ, ଆମ୍ବ କସି ପଖାଳ ଆଦି କେତେ କ’ଣ ପଖାଳ ପ୍ର୍ରସ୍ତୁତ ହେଉଛି। ପଖାଳ ସହିତ ଆମିଷ ଖାଇବାର ସ୍ବାଦ କିଛି ନିଆରା। ପଖାଳ ଶଦ୍ଦଟି ‘ପାଲି’ ଭାଷାର ‘ପଖାଳିବା’ ଶଦ୍ଦରୁ ଆଦୃତ। ଯାହାର ଅର୍ଥ ହେଉଛି ଧୋଇବା। ଅଧିକ ସମୟ ରହୁଥିବା ପଖାଳରେ କିଣ୍ୱନ ପ୍ରକ୍ରିୟା ଯୋଗୁ ଏହା ଆମ୍ବିଳା ଲାଗିଥାଏ । ପଖାଳର ଭାତ ଓ ତୋରାଣି ପାଣି ଉଭୟ ଖିଆଯାଇଥାଏ ।

Related posts

ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା -୨୦୨୬ ଉଦଘାଟିତ

mahabharatanews

ରାଜ୍ୟରେ ଆଉ ୧୧ କରୋନା ରୋଗୀଙ୍କ ମୃତ୍ୟୁ

mahabharatanews

୨୦୨୫ ସୁଦ୍ଧା ୧୨୮୦ ନୂଆ ଚେକଡ୍ୟାମ ନିର୍ମାଣ

mahabharatanews